ଏସିଆ କପ୍‌ ହକି: ଆସନ୍ତାକାଲି ଭାରତ-ପାକିସ୍ତାନ ହାଇ ଭୋଲଟେଜ୍‌ ମୁକାବିଲା

ଢ଼ାକା: ବାଂଲାଦେଶର ରାଜଧାନୀ ଢ଼ାକାରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ‘ଏସିଆ କପ୍‌ ହକି’ର ହାଇ ଭୋଲଟେଜ୍‌ ମୁକାବିଲା ହେବ। କୋଚ ରୋଲେଣ୍ଟ ଓଲ୍ଟମେନ୍ସକୁ ବାହାର ହେବାର ଏକ ମାସ ପରେ ପଦଭାର ଗ୍ରହଣ କରିଥିବା ମାରିନଙ୍କ ପାଇଁ ଏହା ବଡ ଚ୍ୟାଲେଞ୍ଜ ହେବ। ଇତିହାସ ସାକ୍ଷୀ ରହିଛି ଯେ, ଭାରତ-ପାକିସ୍ତାନ ମ୍ୟାଚ କେବଳ ରୋମାଞ୍ଚକ ନୁହେଁ, ବରଂ ଉତ୍ତେଜନା ମଧ୍ୟ ସୃଷ୍ଟି କରିଥାଏ।

ଭାରତୀୟ ଖେଳାଳିଙ୍କୁ ରବିବାର ମ୍ୟାଚରେ ଏକାଗ୍ରତା ରଖିବାକୁ ପଡ଼ିବ। କାରଣ ଏକାଗ୍ରତା ହରାଇଲେ ପାକିସ୍ତାନ ଲାଭ ଉଠାଇ ପାରେ। ଭାରତ ଗତ ଜୁନରେ ଲଣ୍ଡନରେ ଅନୁଷ୍ଠିତ ‘ହିରୋ ହକି ବିଶ୍ୱ ଲିଗ’ର ସେମିଫାଇନାଲରେ ପାକିସ୍ତାନକୁ ୬-୧ ଗୋଲରେ ପରାସ୍ତ କରିଥିଲା। ଏହି ପରାଜୟ ଯେଗୁଁ ପାକିସ୍ତାନ ଆସନ୍ତା ବର୍ଷ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ହକି ବିଶ୍ୱ କପ୍‌’ରେ ସ୍ଥାନ ପାଇ ପାରି ନାହିଁ। ସେଥିପାଇଁ ପରାଜୟର ପ୍ରତିଷୋଧ ନେବାକୁ ଉଦ୍ୟମ କରିବ ପାକିସ୍ତାନ।

ଚମ୍ପିଅନ୍ସ ପାଇଁ ଲକ୍ଷ୍ୟ ରଖିଥିବା ଭାରତ ‘ପୁଲ-ଏ’ର ପ୍ରଥମ ୨ଟି ମ୍ୟାଚରେ ଜାପାନ ଓ ବାଂଲାଦେଶକୁ ପରାସ୍ତ କରି ମନୋବଳକୁ ଦୃଢ଼ କରିଛି। ଫଳରେ ଆତ୍ମବିଶ୍ୱାସକୁ ଫେରାଇ ଆଣି ପାରିଛି।

ଭାରତ ଗତ ଜୁନରେ ଲଣ୍ଡନରେ ଅନୁଷ୍ଠିତ ‘ହିରୋ ହକି ବିଶ୍ୱ ଲିଗ’ର ସେମିଫାଇନାଲରେ ପାକିସ୍ତାନକୁ ୬-୧ ଗୋଲରେ ପରାସ୍ତ କରିଥିଲା। ଏହି ପରାଜୟ ଯେଗୁଁ ପାକିସ୍ତାନ ଆସନ୍ତା ବର୍ଷ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ହକି ବିଶ୍ୱ କପ୍‌’ରେ ସ୍ଥାନ ପାଇ ପାରି ନାହିଁ।

ପ୍ରଥମ ମ୍ୟାଚରେ ଜାପାନକୁ ୫-୧ରେ ପରାସ୍ତ କରିବା ପରେ ମନପ୍ରୀତଙ୍କ ନେତୃତ୍ୱରେ ଭାରତ ବାଂଲାଦେଶକୁ ୭-୦ରେ ପରାସ୍ତ କରିଥିଲା। ସେହିଭଳି ପାକିସ୍ତାନ ମଧ୍ୟ ବାଂଲାଦେଶକୁ ୭-୦ରେ ହରାଇଥିବା ବେଳେ ଜାପାନ ସହିତ ୨-୨ରେ ମ୍ୟାଚ ଅମୀମାଂସିତ ହୋଇଥିଲା। ଭାରତ ‘ପୁଲ-ଏ’ରେ ୬ଅଙ୍କ ସହିତ ତାଲିକାର ଶୀର୍ଷ ସ୍ଥାନରେ ଥିବା ବେଳେ ପାକିସ୍ତାନ ୪ଅଙ୍କ ପାଇ ୨ୟ ସ୍ଥାନରେ ରହିଛି।

ପ୍ରଥମ ଓ ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟୀ ହେବା ପରେ ସୁପର-୪ରେ ପହଞ୍ଚିଛି। କିନ୍ତୁ ‘ପୁଲ-ଏ’ର ସମସ୍ତ ମ୍ୟାଚରେ ଅପରାଜିତ ରହିବାକୁ ଚାହୁଁଛି। ପ୍ରଥମ ୨ଟି ମ୍ୟାଚରେ କଳାତ୍ମକ ପ୍ରଦର୍ଶନ କରିଥିବା ଭାରତ ଭଲ ଫିଲ୍ଡ ଗୋଲ କରିଥିବା ବେଳେ, ପେନାଲ୍ଟି କର୍ଣ୍ଣରରେ ଭଲ କରି ନ ଥିଲା। ବାଂଲାଦେଶ ବିପକ୍ଷରେ ଭାରତକୁ ୧୩ ପେନାଲ୍ଟି କର୍ଣ୍ଣର ମିଳିଥିବା ବେଳେ, ସେଥିରୁ ୨ଟି ଗୋଲ ଦେଇ ପାରିଥିଲା।

ସମ୍ବନ୍ଧିତ ଖବର