ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଡେଭିଡ ୱାର୍ଣ୍ଣର

ମୁମ୍ବାଇ: ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଭେଟେରାନ ଖେଳାଳି ଡେଭିଡ ୱାର୍ଣ୍ଣର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆଇସିସି ଏନେଇ ସୂଚନା ଦେଇଛି | ୱାର୍ଣ୍ଣର କହିଛନ୍ତି ଯେ ସେ ଜାନୁଆରୀ ୨୦୨୪ରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବେ। ଏହାପୂର୍ବରୁ ୱାର୍ଣ୍ଣର ଆସେସ୍ ସିରିଜ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ଖେଳିବେ | ଜାନୁଆରୀ ୨୦୨୪ରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବ | ଏହି ସମୟରେ ୱାର୍ଣ୍ଣର ଶେଷ ମ୍ୟାଚ୍ ଖେଳିବେ |

ୱାର୍ଣ୍ଣର ବର୍ତ୍ତମାନ ଇଂଲଣ୍ଡରେ ଅଛନ୍ତି ଏବଂ ସେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହା ପରେ ୱାର୍ଣ୍ଣର ଜୁନ୍ ୧୬ରୁ ଇଂଲଣ୍ଡ ବିପକ୍ଷରେ ଆସେସ୍ ସିରିଜରେ ଭାଗ ନେବେ | ଆଇସିସି ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ ୱାର୍ଣ୍ଣର ଟେଷ୍ଟରୁ ଅବସର ନେବା ବିଷୟରେ କହିଛନ୍ତି। ୱାର୍ଣ୍ଣରଙ୍କ କ୍ରିକେଟ କ୍ୟାରିୟର ବାବଦରେ କହିବାକୁ ଗଲେ ଏପର୍ଯ୍ୟନ୍ତ ସେ ୧୦୨ଟି ଟେଷ୍ଟ ମ୍ୟାଚରେ ୮୧୫୮ ରନ୍ ସଂଗ୍ରହ କରିଛନ୍ତି | ଏହି ସମୟ ମଧ୍ୟରେ ୱାର୍ଣ୍ଣର ୩ଟି ଦ୍ୱିଶତକ, ୨୫ଟି ଶତକ ଏବଂ ୩୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି | ଟେଷ୍ଟ ଇଣ୍ଟରନ୍ୟାସନାଲରେ ତାଙ୍କର ସର୍ବୋତ୍ତମ ସ୍କୋର ୩୩୫ ରନ୍ ଥିବାବେଳେ ସେ ଭାରତ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ସମେତ ଅନେକ ବଡ ଦଳ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର