ଏକକ ରାଜସ୍ୱ ଆଇନ ପ୍ରଣୟନ ଶୀଘ୍ର: ମନ୍ତ୍ରୀ

ଭୁବନେଶ୍ୱର : ବିଭିନ୍ନ ରାଜସ୍ୱ ଆଇନଗୁଡ଼ିକର ସରଳୀକରଣ କରି ଏକକ ରାଜସ୍ୱ ଆଇନ ପ୍ରଣୟନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହା ଫଳରେ ଜନସାଧାରଣଙ୍କୁ ସ୍ୱଚ୍ଛ ଓ ଉତ୍ତରଦାୟୀ ପ୍ରଶାସନ ଯୋଗାଇ ଦେଇହେବ। ଆଜି ଏ ନେଇ ଭୁବନେଶ୍ୱର ସର୍କିଟ୍‌ ହାଉସ୍‌ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜସ୍ୱ ପର୍ଷଦ ସଭ୍ୟ ବିପିନ କୁମାର ସାକ୍‌ସେନାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସହିତ ମନ୍ତ୍ରୀ ଆଲୋଚନା କରିଥିଲେ। ରାଜସ୍ୱ ଆଇନଗୁଡ଼ିକର ସରଳୀକରଣ କରି ସେଗୁଡ଼ିକୁ ଏକକ ରାଜସ୍ୱ ଆଇନରେ ପରିଣତ ପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଶ୍ରୀ ମହାନ୍ତି କହିଥିଲେ। ଏ ନେଇ ତହସିଲଦାର, ରାଜସ୍ୱ ନିରୀକ୍ଷକ ଏବଂ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରାଯାଉଛି। ଆଗାମୀ ଛଅ ମାସ ମଧ୍ୟରେ ଏହାକୁ ଚୂଡ଼ାନ୍ତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର, ଆଇନ ବିଭାଗ ପ୍ରମୁଖ ସଚିବ ବିଭୁପ୍ରସାଦ ରାଉତରାୟ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର