ୱାରେଣ୍ଟ ବଳରେ ଶିକ୍ଷକ ଗିରଫ

ବିଷମକଟକ: ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ଅନ୍ତର୍ଗତ ଦୁର୍ଗୀ ଜିଟିଓ ବିଦ୍ୟାଳୟର ଶିକ୍ଷକ ଭରତ ଶବରଙ୍କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗିରଫ ଶିକ୍ଷକ ୧୯୯୮ ମସିହାରେ ଚନ୍ଦ୍ରପୁର ବ୍ଲକରେ କାର୍ଯ୍ୟ କରିବା ସମୟରେ ବିଡିଓଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏ ନେଇ ବିଡିଓ ଥାନାରେ ଏତଲା ଦେଇଥିଲେ। ବିଷମକଟକ କୋର୍ଟରେ ଉକ୍ତ ମାମାଲା ବିଚାରାଧୀନ ରହିଥିବା ବେଳେ ସଂପୃକ୍ତ ଶିକ୍ଷକ କୋର୍ଟକୁ ସହଯୋଗ କରିନଥିଲେ। ପରବର୍ତୀ ସମୟରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲା। ଶୁକ୍ରବାର ଦିନ ବିଷମକଟକ ପୁଲିସ୍‌ ସଂପୃକ୍ତ ଶିକ୍ଷକଙ୍କୁ ଦୁର୍ଗୀ ଗ୍ରାମରୁ ଗିରଫ କରି କୋର୍ଟରେ ହାଜର କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ବିଷମକଟକ ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର