ଗଞ୍ଜେଇ ସହ କାର୍‌ ଓ ବାଇକ ଜବତ: ୩ ଗିରଫ

ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ପୁଲିସ ଗଂଜେଇ ଚୋରାଚାଲାଣ ହେଉଥିବା ଗଞ୍ଜେଇ ଜବତ କରିବା ସହ ଏଥିରେ ବ୍ୟବହୃତ ଏକ କାର୍‌ ଓ ଦୁଇଟି ବାଇକ୍‌କୁ ସୋମବାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲେ। ପ୍ରକାଶ ଯେ ଏକ କାର୍‌ (ଓଆର୍‌୦୩ବି-୬୭୬୭)ରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ନେଇ ବାଉଁଶୁଣି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗୁନ୍ଦୁଳିଆ ରାସ୍ତାର ଜମଘାଟି ଛକରେ ଚଢ଼ଉ କରି କାର୍‌କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କାରରୁ ଗଞ୍ଜେଇ ଜବତ କରିଥିଲା। ଏହି ଅଭିଯୋଗରେ ଗାଡ଼ିରେ ଥିବା ବାଉଁଶୁଣି ଥାନା ଜମଘାଟିର ଦର୍ଶନ ମହାନନ୍ଦିଆ ଓ କୀର୍ତ୍ତନ ମହାନନ୍ଦିଆ ଏବଂ ମନମୁଣ୍ଡା ଥାନା ବୁଢ଼ିବଲାଣ୍ଡା ଗ୍ରାମର ସୁନୀଲ ପ୍ରଧାନଙ୍କୁ ଗିରଫ କରିଥିଲା। ସୁଦର୍ଶନ ବେହେରା ନାମକ ଅନ୍ୟ ଜଣେ ବ୍ୟକ୍ତି ଫେରାର ହୋଇଯାଇଥିବା ପୁଲିସ ପ୍ରକାଶ କରିଛି। ଏଥିସହିତ ସେମାନେ ବ୍ୟବହାର କରୁଥିବା ଦୁଇଟି ବାଇକ୍‌ (ଓଡି୩୧ଡି-୨୮୬୮ ଏବଂ ଓଡି୨୭ଏ-୧୬୫୨)କୁ ମଧ୍ୟ ପୁଲିସ ଜବତ କରିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଜେଇ ଓଜନ କରାଯାଇଥିଲା। ଯାହାର ଓଜନ ୫୧ କେଜି ୭୩୦ ଗ୍ରାମ ଥିବା ଜଣାପଡ଼ିଛି। ଏ ନେଇ ବାଉଁଶୁଣି ଥାନାରେ ଏକ ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ରଶ୍ମିତା ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର