ମତେ ପୋଷ୍ୟ ଭାବେ ଗ୍ରହଣ କର: ସାଇକେଲରେ ବୁଲି ୮୫ ବର୍ଷିୟ ବୃଦ୍ଧା ଦୈନିକ ଲଗାଉଛନ୍ତି ଡ଼ାକ

ବେଜିଂ : ସାଧାରଣତଃ ବିବାହ ପରେ ସନ୍ତାନ ନ ହେଲେ ଦମ୍ପତି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥାନ୍ତି । ଏପରିକି କିଛି ଦୟାଳୁ କିମ୍ବା ଧନୀ ବ୍ୟକ୍ତି ଶିଶୁଙ୍କର ଜୀବନ ସୁଧାରିବା ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ କରିଥାନ୍ତି । କିନ୍ତୁ ଚାଇନାରେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଚାଇନାରେ ରହୁଥିବା ୮୫ ବର୍ଷିୟ ହେନ୍‌ ଜିଚେଙ୍ଗ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ସବୁଦିନ ସାଇକେଲ୍‌ରେ ବୁଲିବୁଲି ପ୍ରଚାର କରୁଛନ୍ତି । ଏହା ସହ ସେ ସମସ୍ତ କାମ କରିବା ପାଇଁ ସକ୍ଷମ ଅଛନ୍ତି କିନ୍ତୁ ଏକୁଟିଆ ମରିବା ପାଇଁ ଚାହୁନାହାନ୍ତି ବୋଲି କହିଛନ୍ତି । ଆସନ୍ତୁ ଜାଣିବା ହେନ୍‌ଙ୍କ ଏପରି କରିବାର କାରଣ ବିଷୟରେ ।

୧୯୩୨ରେ ଜନ୍ମ ହେନ୍‌ ଜିଚେଙ୍ଗ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସଂପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି । ତାଙ୍କ ସନ୍ତାନମାନେ ମଧ୍ୟ ତାଙ୍କ ସଂପର୍କରେ କିଛି ବୁଝୁ ନାହାନ୍ତି । ସେ ଖାଦ୍ୟ ପ୍ରସ୍ତୁତି ସହ ବାହାରର ସମସ୍ତ କାର୍ଯ୍ୟ କରିପାରନ୍ତି , ନିଜର ଦାୟିତ୍ୱ ନିଜେ ତୁଲାଇ ପାରନ୍ତି। ଏହା ଛଡ଼ା ସେ ସାଇଣ୍ଟିିଫିକ୍‌ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ୍‌ରୁ ଅବସରପ୍ରାପ୍ତ ଏବଂ ମାସିକ ୯୫୦ ଡ଼ଲାର ପେନ୍‌ସନ୍‌ ପାଉଛନ୍ତି। ଏହା ସହ ହେନ୍‌ କହିଛନ୍ତି, ମୁଁ କିନ୍ତୁ ମୋ ଜୀବନର ଶେଷ ସମୟ କୌଣସି ନସିଂହୋମରେ ବିତାଇବା ପାଇଁ ଚାହୁଁନାହିଁ । ମୋର ପୂରା ଆଶା ରହିଛି କି କିଏ ଜଣେ ଦୟାଳୁ ବ୍ୟକ୍ତି ମତେ ନିଶ୍ଚିତ ଭାବେ ପୋଷ୍ୟ ଭାବେ ଗ୍ରହଣ କରିବେ । ମୁଁ ଏକୁଟିଆ ଏକ କୋଠରୀ ମଧ୍ୟରେ ମରିବାକୁ ଚାହୁଁନାହିଁ ।ମୁଁ ଚାହୁଛି ମୋର ମଧ୍ୟ କିଏ ଅନ୍ତିମସଂସ୍କାର କରୁ ।

punjabkesari.in

ହେନ୍‌ ଜିଚେଙ୍ଗ ଏହି ଇଛାକୁ ଚାଇନାରେ ଏକ ଚ୍ୟାନେଲରେ ପ୍ରସାରଣ କରାଯାଇଥିଲା । ସେଠାରେ ତାଙ୍କ ବିଷୟରେ ଜାଣିବା ପରେ ଅନେକ ଲୋକ ଦୈନିକ ତାଙ୍କ ପାଖକୁ ଆସିବା ଆରମ୍ଭ କରିଛନ୍ତି । ସେ ପ୍ରଥମେ ଏହା ବିଷୟରେ ତାଙ୍କ ପଡ଼ୋଶୀମାନଙ୍କୁ ଜଣାଇଥିଲେ। କିନ୍ତୁ ସମସ୍ତେ ତାଙ୍କ କଥା ଶୁଣିଥିଲେ ମଧ୍ୟ ଏହାର ସମାଧାନ ବାହାର କରିପାରି ନଥିଲେ । ସେ ନିଜର ତୁଳନା ବୁଢ଼ା ଗଛ ସହ କରିଛନ୍ତି। ସେ କହିଛନ୍ତି ଗଛରେ ଯେ ପର୍ଯ୍ୟନ୍ତ ଫୁଲ ରହିଥାଏ ତେବେ ଯାଏଁ ସମସ୍ତେ ତାହାକୁ ପଚାରିଥାନ୍ତି ପରେ ତାହାକୁ ଭାଙ୍ଗି ଫୋପାଡ଼ି ଦିଅନ୍ତି । ମୋର ବର୍ତ୍ତମାନର ଅବସ୍ଥା ଠିକ ସେହିପରି ରହିଛି।

ସମ୍ବନ୍ଧିତ ଖବର