ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ସାଇକେଲ୍‌ରେ ବସାଇ ବୁଲାଇଲେ ତେଜ ପ୍ରତାପ ଯାଦବ

ନୂଆଦିଲ୍ଲୀ: ମେ’ ୧୨ ତାରିଖ ଦିନ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜ ପ୍ରତାପ ଯାଦବ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରୟଙ୍କ ନାତୁଣୀ ଐଶ୍ୱର୍ଯ୍ୟା ରାୟଙ୍କୁ ବଡ଼ ଜାକଜମକରେ ବିବାହ କରିବା ଦୃଶ୍ୟର କେତେକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଏବଂ ଏବେ ସାମାଜିକ ଗଣମାଧ୍ୟମରେ ଆଉ ଏକ ଫଟୋ ଭାଇରାଲ୍‌ ହୋଇଛି। ସେଇଟି ହେଉଛି ତେଜ ପ୍ରତାପ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ସାଇକେଲ୍‌ରେ ବସାଇ ପାଟନାରେ ବୁଲୁଥିବାର ଦୃଶ୍ୟ।

ସେ ଫଟୋଟି ତେଜ ପ୍ରତାପ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିବା ପରେ ତାହା ଫେସ୍‌ବୁକ୍‌ ଏବଂ ଟୁଇଟର୍‌ ଭଳି ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଯାଇଥିଲା। ଫଟୋରେ ଦିଶୁଛି, ତେଜ ପ୍ରତାପ ପିନ୍ଧିଛନ୍ତି ଧଳା କୁର୍ତ୍ତା ଓ ପାଇଜାମା। ଐଶ୍ୱର୍ଯ୍ୟା ରାୟ ପିନ୍ଧିଛନ୍ତି କମଳା ରଙ୍ଗର ଶାଢ଼ି।

ଯାହା ଫଟୋରୁ ଜଣାପଡୁଛି, ତେଜ ପ୍ରତାପ ଐଶ୍ୱର୍ଯ୍ୟାଙ୍କୁ ଏକ ରୋମାଣ୍ଟିକ୍‌ ରାଇଡ୍‌ରେ ନେଉଛନ୍ତି ଏବଂ ସେ ଆରାମରେ ସାଇକେଲ୍‌ର କ୍ରସ୍‌ବାର୍‌ ଉପରେ ବସିଛନ୍ତି।

ଆଗରୁ ରାବ୍‌ଡ଼ି ଦେବୀ ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କୁ ନେଇ ଏକ ମନ୍ଦିରକୁ ଯାଇ ସେମାନଙ୍କ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଆଶିଷ କାମନା କରିଥିଲେ।

ସମ୍ବନ୍ଧିତ ଖବର