ସୁନ୍ଦରଗଡ଼: ଶିଳ୍ପ ସହର ରାଜଗାଙ୍ଗପୁରର ରାଣୀବନ୍ଧ ନିକଟସ୍ଥ ଏଲ୍ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍ ଆରୋହୀଙ୍କ ନାମ ସୁରଜଦେଓ ରାଏ(୨୫) ଏବଂ ଘର ସୁନ୍ଦରଗଡ଼ ସୁନାରୀପଡ଼ାରେ ବୋଲି ଜଣାପଡ଼ିଛି। ସେ ଆଜି ମଧ୍ୟାହ୍ଣରେ ସୁନ୍ଦରଗଡ଼ସ୍ଥିତ ତାଙ୍କ ଘରୁ ରାଉରକେଲା ଯାଉଥିବା ବେଳେ ରାଜଗାଙ୍ଗପୁରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗୁରୁବାର ମଧ୍ୟାହ୍ଣରେ ସୁରଜଦେଓ ବ୍ୟକ୍ତିଗତ କାମରେ ନିଜର ନୀଳ ରଙ୍ଗର ପଲସର୍ ବାଇକ ଧରି ଯାଉଥିବା ସମୟରେ ହଠାତ୍ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ବାଇକ୍ରୁ ଛିଟିକି ପଡ଼ିିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମଧ୍ୟାହ୍ଣ ପ୍ରାୟ ୧୨.୩୦ରେ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଏହି ଏହି ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ। ରାଜଗାଙ୍ଗପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି। ସୁନ୍ଦରଗଡ଼ରେ ଏହି ଖବର ପହଞ୍ଚିବା ପରେ ସୁନାରୀପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।