ଏନ୍ ଆର୍ ଆଇ ହୋଇ ବୁଲୁଛନ୍ତି ପାକ୍ ଗୁପ୍ତଚର: ଫେସବୁକରେ ଫସାଉଛନ୍ତି ଯୁବତୀ!

ଚଣ୍ଡିଗଡ଼: ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ପଞ୍ଜାବରେ ଅସ୍ଥିରତା ସୃଷ୍ଟି ଲାଗି ଏକ ନୂଆ କୌଶଳ ଆପଣାଇଛନ୍ତି। ଅନୁସନ୍ଧାନରୁ ଜଣାପଡ଼ିଛି, ଆଇଏସ୍ଆଇ ନକଲି ଏନ୍ଆର୍ଆଇ ବରପାତ୍ରଙ୍କ ଜରିଆରେ ପଞ୍ଜାବର ଯୁବତୀମାନଙ୍କୁ ଗୁପ୍ତଚର ନେଟ୍ଓ୍ଵାର୍କରେ ସାମିଲ୍ କରୁଛି। ପୂର୍ବରୁ ଆଇ ଏସ୍ ଆଇ ସୁନ୍ଦରୀ ମହିଳାଙ୍କୁ ଉପଯୋଗ କରି ସେନା ଅଧିକାରୀମାନଙ୍କୁ ‘ହନିଟ୍ରାପ’ରେ ଫସାଇ ଗୁପ୍ତ ଦସ୍ତାବିଜ୍ ହାସଲ କରୁଥିଲା।

ମିଳିଥିବା ସୂଚନା ମୁତାବକ,ପ୍ରାୟ ଏକ ଦଶକରୁ ଉର୍ଦ୍ଧ୍ୱ ସମୟ କାଳ ଆତଙ୍କବାଦର କବଳିତ ହୋଇ ରକ୍ତାକ୍ତ ହୋଇଥିବା ପଞ୍ଜାବରେ ଏବେ ଶାନ୍ତି ଫେରିଛି। ତେବେ ଆଇଏସ୍ ଆଇ ପୁଣି ଥରେ ଏଠାରେ ଆତଙ୍କବାଦର ମଞ୍ଜି ଲଗାଇବା ଲାଗି ଷଡ଼ଯନ୍ତ୍ର ଆରମ୍ଭ କରିଛି।ଏହି ପାକିସ୍ତାନୀ ଗୁପ୍ତଚରମାନେ ନିଜକୁ ପଞ୍ଜାବୀ ଏନ୍ଆର୍ ଆଇ ବୋଲି ପରିଚୟ ଦେଇ ପଞ୍ଜାବର ଝିଅଙ୍କୁ ବିବାହ କରୁଛନ୍ତି।ଏହା ମାଧ୍ୟମରେ ଭାରତରେ ସ୍ଥାୟୀ ଭାବେ ରହୁଛନ୍ତି। ପାକିସ୍ତାନ ମାଟିରେ କାର୍ଯ୍ୟକଳାପ ଜାରି ରଖିଥିବା ଖଲିସ୍ତାନୀ ଆତଙ୍କବାଦୀମାନେ ଏହି ଷଡ଼ଯନ୍ତ୍ରରେ ଲିପ୍ତ ଅଛନ୍ତି।

ଗତ ଅକ୍ଟୋବର ୧୨ ତାରିଖରେ ଜଳନ୍ଧରରେ ଅହସାନ୍ ଉଲ୍ ହକ୍ ନାମକ ପାକିସ୍ତାନୀ ଗୁପ୍ତଚର ଗିରଫ ହେବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଅହସାନ୍ ନିକଟରୁ ଅଷ୍ଟ୍ରିଆର ଏକ ପାସ୍ପୋର୍ଟ ଜବତ ହୋଇଛି । ଅନୁସନ୍ଧାନ ଅନୁସାରେ, ଅହସାନ୍ ନେପାଳ ଦେଇ ଭାରତ ଭିତରକୁ ଆସିବା ପରେ ଉତ୍ତରପ୍ରଦେଶ ଦେଇ ପଞ୍ଜାବରେ ପ୍ରବେଶ କରିଥିଲା । ଏହାପରେ ଫେସବୁକ୍ ଜରିଆରେ ନିଜକୁ ଜଣେ ଏନ୍ଆର୍ଆଇର ପରିଚୟ ଦେଇ ପଞ୍ଜାବୀ ଯୁବତୀଙ୍କୁ ଟାର୍ଗେଟ୍ କରିଥିଲା । ୨୦୧୧ ମସିହାରେ ସେ ଫେସବୁକ୍ ଜରିଆରେ ପରିଚୟ ସୃଷ୍ଟି କରି ଜନୈକ ପଞ୍ଜାବୀ ଯୁବତୀ ବଲ୍ଓ୍ଵିନ୍ଦର କୌରଙ୍କୁ ବିବାହ କରିଥିଲା । ବୈବାହିକ ସଂପର୍କ ମାଧ୍ୟମରେ ସେ ଗତ ୫ ବର୍ଷ ଭିତରେ ୫ ଥର ପଞ୍ଜାବ ଆସି ସେଠାରେ ନିଜର କାର୍ଯ୍ୟକଳାପ ଜାରି ରଖିଥିଲା ।

ପାକିସ୍ତାନୀ ଗୁପ୍ତଚରମାନେ ନିଜକୁ ପଞ୍ଜାବୀ ଏନ୍ଆର୍ ଆଇ ବୋଲି ପରିଚୟ ଦେଇ ପଞ୍ଜାବର ଝିଅଙ୍କୁ ବିବାହ କରୁଛନ୍ତି।ଏହା ମାଧ୍ୟମରେ ଭାରତରେ ସ୍ଥାୟୀ ଭାବେ ରହୁଛନ୍ତି। ପାକିସ୍ତାନ ମାଟିରେ କାର୍ଯ୍ୟକଳାପ ଜାରି ରଖିଥିବା ଖଲିସ୍ତାନୀ ଆତଙ୍କବାଦୀମାନେ ଏହି ଷଡ଼ଯନ୍ତ୍ରରେ ଲିପ୍ତ ଅଛନ୍ତି।

ପ୍ରଶାସନିକ ବ୍ୟବସ୍ଥାର ଗଳାବାଟ ଦେଇ ସେ ପାନ୍ କାର୍ଡ, ଆଧାର କାର୍ଡ ମଧ୍ୟ ହାସଲ କରିଥିଲା । ଏଥିସହ ନକଲି ଦସ୍ତାବିଜ୍ ଦେଇ ପଞ୍ଜାବରେ ଏକ ଚାଷଜମି ମଧ୍ୟ କିଣିଥିଲା । କେବଳ ସେତିକି ନୁହେଁ, ଅହସାନ୍ ଅଷ୍ଟ୍ରିଆରେ ମଧ୍ୟ ଜଣେ ସୁନ୍ଦରୀ ଯୁବତୀଙ୍କୁ ବିବାହ କରି ସେଠାକାର ନାଗରକିତ୍ୱ ହାସଲ କରିଥିଲା ।

ପଞ୍ଜାବରେ ଆଇଏସ୍ଆଇ ଏଜେଣ୍ଟମାନେ ସକ୍ରିୟ ଥିବା ଖବର ସୁରକ୍ଷା ଏଜେନ୍ସିଙ୍କଠାରୁ ମିଳିବା ପରେ ବଡ଼ଧରଣର ଅନୁସନ୍ଧାନ ଆରମ୍ଭ କରିଥିଲା ଭାରତୀୟ ଗୋଇନ୍ଦା ବ୍ୟବସ୍ଥା । ଏହାପରେ ଅହସାନ୍ ସଂପର୍କରେ ସୂଚନା ମିଳିଥିଲା । ଆଇଏସଆଇ ଲିଙ୍କ୍ ଧରାପଡ଼ିବା ପରେ ପଞ୍ଜାବ ପୁଲିସ୍ ଅହସାନକୁ ଗିରଫ କରିଛି । ଜାଲ୍ ବିବାହ ମାଧ୍ୟମରେ ଭାରତରେ ରହି ଏହି ଗୁପ୍ତଚରମାନେ କାର୍ଯ୍ୟ ଚଳାଉଛନ୍ତି । ପାରିବାରିକ ସଂପର୍କ ମାଧ୍ୟମରେ ଗୁପ୍ତ ତଥ୍ୟ ସଂଗ୍ରହ କରି ପାକିସ୍ତାନକୁ ପଠାଉଛନ୍ତି ।

ସମ୍ବନ୍ଧିତ ଖବର