ଚମ୍ପୁଆ ଅଞ୍ଚଳରେ ହାତୀ ଉପଦ୍ରବ

ଚମ୍ପୁଆ : ଜଙ୍ଗଲରେ ଖାଦ୍ୟ ମିଳୁନି କି ପାଣି। ଏଥିପାଇଁ ବଣୁଆ ହାତୀପଲ ଏବେ ଗାଁ ମୁହାଁ। ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଖାଦ୍ୟଶସ୍ୟ ଖାଇ ଯାଉଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଯୋଡ଼ା, ବଡ଼ବିଲ ଅଞ୍ଚଳରେ କିଛିଦିନ ଧରି ଘର ଭାଙ୍ଗି ଧାନଚାଉଳ ଖାଇବା ପରେ ଏବେ ହାତୀପଲ ଚମ୍ପୁଆ ଅଞ୍ଚଳକୁ ଚାଲି ଆସିଛନ୍ତି। ଗତ କିଛି ଦିନ ହେଲା ଏହି ହାତୀପଲ ଚମ୍ପୁଆ ବ୍ଲକ୍‌ର ମରିଗିସିଙ୍ଗା, ସାଚହଳିଆ, ଅଢ଼ଙ୍ଗାପାଳ, ଜଗନ୍ନାଥପୁର, ଗୋଧୂଳୀ ଗ୍ରାମରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ହାତୀପଲକୁ ଝାଡ଼ଖଣ୍ଡ ପଟକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବନ କର୍ମଚାରୀମାନେ ସଫଳ ହୋଇନାହାନ୍ତି। ଗତକାଲି ରାତିରେ ହାତୀପଲ ଝାଡ଼ଖଣ୍ଡ ପଟକୁ ଯିବା ପରିବର୍ତ୍ତେ ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର କଇଁଶ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପଶିଯାଇଥିଲେ। ହାତୀ ଭୟରେ ଗତକାଲି ରାତିସାରା ଗ୍ରାମବାସୀ ଉଜାଗର ରହିଛନ୍ତି।

ଗ୍ରାମବାସୀଙ୍କ ସୂଚନା ଅନୁସାରେ ଏହି ପଲରେ ଛୋଟ ବଡ଼ ହୋଇ ୨୩ଟି ହାତୀ ରହିଛନ୍ତି। ଜଙ୍ଗଲରେ ପାଣି ଏବଂ ଖାଦ୍ୟାଭାବ ଯୋଗୁଁ ହାତୀପଲ ଜନପଦମୁହାଁ ହେଉଛନ୍ତି। ବନ ବିଭାଗ ପକ୍ଷରୁ ଏହାର ସ୍ଥାୟୀ ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା ହେଉ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ହାତୀ ଘଉଡ଼ାଇବା ପାଇଁ ଠୋସ୍‌ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର