ଭାଇରାଲ୍‌ ହେଲା ବିରାଟଙ୍କ ଦାଢ଼ି ଭିଡିଓ, ଟୁଇଟ୍‌ କଲେ ରାହୁଲ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିଜ ଦାଢ଼ିକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି। ସେ ଦାଢ଼ି କାଟିବେ ନାହିଁ ବୋଲି ସିଧା ସିଧା ମନା କରିଦେଇ ଅନେକ ସମୟ ବିବାଦରେ ବି ରହିଛନ୍ତି। ବିରାଟ ଯେ ତାଙ୍କ ଦାଢ଼ିକୁ କେତେ ଭଲପାଆନ୍ତ ତାହା ତ ସମସ୍ତଙ୍କୁ ପ୍ରାୟ ଜଣା।

ନିକଟରେ କ୍ରିକେଟର୍‌ କେଏଲ୍‌ ରାହୁଲ ବିରାଟଙ୍କର ଏକ ଭିଡିଓ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ସେୟାର କରିବା ସହ ସେଥିରେ ମଜାଦାରିଆ ମତାମତ ରଖିଛନ୍ତି। ସେ ଲେଖିଛନ୍ତି କି ‘ ହାହା। ମୁଁ ଜାଣିଥିଲି ତୁମର ତୁମ ଦାଢ଼ି ପ୍ରତି ଦୁର୍ବଳତା ଥିଲା। ମାତ୍ର ଦାଢ଼ିକୁ ନେଇ ତୁମେ ବୀମା କରିଥିବା ଘଟଣା ଏବେ ମେତେ ସେ ସଂପର୍କରେ ସ୍ପଷ୍ଟ କରାଇ ଦେଲା।

ନିକଟରେ କେହାଲି ନିଜ ଦାଢ଼ି ଉପରେ ମତ ରଖିଥିଲେ କି ‘ବିଶେଷ ତେଲ ବ୍ୟବହାର କରାଯାଉଥିବା ହେତୁ ମୋ ଦାଢ଼ିକୁ ମୁଁ ଠିକ୍‌ ଭାବେ ରଖିପାରିଛି।’ ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ବିରାଟ ବାରମ୍ବାର ତାଙ୍କ ଦାଢ଼ିରେ ହାତ ଲଗାଉଛନ୍ତି।

ସମ୍ବନ୍ଧିତ ଖବର