ଥାଇଲାଣ୍ଡ ଗୁମ୍ଫାରେ ଫସି ରହିଥିବା ଖେଳାଳିଙ୍କୁ ଉଦ୍ଧାର କରିବାରେ ସହାୟକ ହୋଇଥିଲା ଭାରତ ତିଆରି କିର୍ଲୋସ୍କର ପମ୍ପ

ନୂଆଦିଲ୍ଲୀ : ଥାଇଲାଣ୍ଡର କାଳ ଗୁମ୍ଫାରେ ୧୮ଦିନ ଧରି ଫସି ରହିଥିବା ୧୨ଜଣ ବାଳକ ଫୁଟବଲ ଖେଳାଳି ଏବଂ ତାଙ୍କ କୋଚ୍‌ଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳର କଠିନ ଉଦ୍ୟମ ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଫସି ରହିଥିବା ସମସ୍ତ ୧୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ପରେ ବିଶ୍ୱବାସୀ ଉଦ୍ଧାରକାରୀ ଦଳର କାର୍ଯ୍ୟକୁ ପ୍ରଶଂସା କରିଛନ୍ତିି । ତେବେ ୩ଦିନ ଧରି ଚାଲିଥିବା ଏହି ଉଦ୍ଧାରକାର୍ଯ୍ୟରେ ଭାରତ ତିଆରି ପାଣି ପମ୍ପ ବ୍ୟବହାର କରାଯାଇଥିବା ଜଣାପଡ଼ିଛି । ଉଦ୍ଧାରକାରୀମାନେ ଭାରତ ତିଆରି କିର୍ଲୋସ୍କର ପମ୍ପ ବ୍ୟବହାର କରି ଗୁମ୍ଫା ଭିତରୁ ଜଳ ନିଷ୍କାସନ କରିଥିଲେ। ଫଳରେ ରାସ୍ତା ତିଆରି କରି ୧୨ଜଣ ଫୁଟ୍‌ବଲ ଖେଳାଳିଙ୍କ ସହ ଜଣେ କୋଚ୍‌ଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।

indiatimes.com

ଏହି ଉଦ୍ଧାର କାର୍ଯ୍ୟରେ ଭାରତର ପୁନାସ୍ଥିତ ପାଣି ପମ୍ପ ନିର୍ମାତା କିର୍ଲୋସ୍କର ବ୍ରଦର୍ସ ଲିମିଟେଡ଼୍‍ରପମ୍ପକୁୁ ବ୍ୟବହାର କରାଯାଇଥିବା ସୂଚନା ମିଳିଛି । ଏହି ସମସ୍ୟା ଉପୁଜିବା ପରେ ଯେତେବେଳେ ଗୁମ୍ଫାରୁ ଜଳ ନିଷ୍କାସନ କଥା ଉଠିଲା ଭାରତୀୟ ଦୂତାବାସର ଅଧିକାରୀମାନେ ଥାଇ କର୍ତ୍ତୃପକ୍ଷଙ୍କୁ କିର୍ଲୋସ୍କର ବ୍ରଦର୍ସ ଲିମିଟେଡ଼୍‍ର ପମ୍ପ ବ୍ୟବହାର କରିବା ପାଇଁ ପରାମର୍ଶ ଦେବା ପରେ ଏହା ସମ୍ଭବ ହୋଇଥିଲା । ଏହାପରେ କିର୍ଲୋସ୍କର ସହ ସଂପର୍କ କରାଯିବା ପରେ ଜୁଲାଇ ୫ରେ ଥାଇଲାଣ୍ଡରେ କିର୍ଲୋସ୍କର କମ୍ପାନିର ଏକ୍ସପର୍ଟମାନେ ଯାଇ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଶକ୍ତିଶାଳୀ ପମ୍ପ ମାଧ୍ୟମରେ ଗୁମ୍ଫା ଭିତରୁ କିପରି ପାଣି କଢ଼ାଯିବ ସେ ବିଷୟରେ ଉଦ୍ଧାରକାରୀ ଦଳଙ୍କୁ ଜଣାଇଥିଲେ । ସମସ୍ତଙ୍କ ଚେଷ୍ଟା ପରେ ଶେଷରେ ୧୩ଜଣଙ୍କୁ ସୁରକ୍ଷିତ ଭାବେ ଗୁମ୍ଫାରୁ ବାହାର କରାଯାଇଥିଲା ।

ସମ୍ବନ୍ଧିତ ଖବର