ପୁଣି ଗ୍ରାହକ ସଂଗ୍ରହପାଇଁ ଏୟାରଟେଲ ପେମେଣ୍ଟ ବ୍ୟାଙ୍କକୁ ଅନୁମତି ଦେଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ପୁଣି ଗ୍ରାହକ ପଂଜୀକରଣ ପାଇଁ ଏୟାରଟେଲ ପେମେଣ୍ଟ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅନୁମତି ଦେଇଛି । ଏହା ସହିତ ଆଧାର ନମ୍ବର ଭିତ୍ତିକ ଇ-କେଓ୍ଵାଇସି ବ୍ୟବହାର କରି ଗ୍ରାହକ ପଂଜୀକରଣ ପାଇଁ ମଧ୍ୟ ଏୟାଟେଲକୁ ୟୁଆଇଡିଏଆଇ ଅନୁମତି ଦେଇଛି ।

ଲୋକଙ୍କ ବିନା ଅନୁମତିରେ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଓ କେଓ୍ଵାଇସି ନିୟମକୁ ପାଳନ ନ କରିବା ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗତ ମାର୍ଚ୍ଚମାସରେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଉପରେ ୫ କୋଟି ଟଙ୍କାର ଜରିମାନା ଲଗାଇଥିଲା । ଏହା ସହିତ ନୂଆ ଗ୍ରାହକ ସଂଗ୍ରହ ପାଇଁ ମଧ୍ୟ ଏୟାରଟେଲକୁ ବାରଣ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବରରେ ଲୋକଙ୍କ ଅଭିଯୋଗ ଆଧାରରେ ରିଜର୍ଭ ବ୍ୟାଙ୍କ ତଦନ୍ତ ଆରମ୍ଭ କରିଥିଲା । ଏ ନେଇ ଜବାବ ରଖିବାକୁ ଗତ ଜାନୁୟାରୀ ମାସରେ ଏୟାରଟେଲକୁ କୁହାଯାଇଥିଲା । ଅନ୍ୟପକ୍ଷରେ ଏୟାରଟେଲ ବ୍ୟାଙ୍କର ଆକାଉଣ୍ଟ ଖୋଲିବା ସଂପର୍କିତ ସବୁ କାଗଜପତ୍ରକୁ ଯାଞ୍ଚ କରିବାପରେ ରିଜର୍ଭ ବ୍ୟାଙ୍କ ଜାଣିବାକୁ ପାଇଥିଲା ଯେ ଲୋକମାନଙ୍କ ଅନୁମତି ନ ନେଇ, ଏପରିକି ଲୋକମାନଙ୍କ ଅଜ୍ଞାତସାରରେ ବ୍ୟାଙ୍କ ଖାତା ଖୋଲାଯାଇଛି । ଏହା କରିବାବେଳେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କର ପରିଚାଳନା ନିୟମାବଳୀକୁ ଉଲ୍ଲଙ୍ଘନ କରିଛି ।

ସମ୍ବନ୍ଧିତ ଖବର