ଅଗଷ୍ଟ ୧୫ରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ

ରାଜଧାନୀରେ ରାଜ୍ୟସ୍ତରୀୟ ପ୍ୟାରେଡରେ ମୁଖ୍ୟମନ୍ତ୍ରୀ ଅତିଥି, କଟକରେ ଅର୍ଥମନ୍ତ୍ରୀ, ପୁରୀରେ ସଂସ୍କୃତି ମନ୍ତ୍ରୀ, ୧୧ ଜିଲ୍ଲା ସମେତ ୧୪ଟି ସ୍ଥାନରେ ସରକାରୀ ଅଧିକାରୀ

ଭୁବନେଶ୍ୱର : ଆସନ୍ତା ସ୍ୱାଧୀନତା ଦିବସରେ ରାଉରକେଲା ଓ ବ୍ରହ୍ମପୁର ସମେତ ମୋଟ ୧୪ଟି ସ୍ଥାନକୁ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବାକୁ ଯିବେ ନାହିଁ। ଏଠାରେ ରାଜସ୍ୱ ପର୍ଷଦ ସଦସ୍ୟ, ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳମାନଙ୍କ ଦ୍ୱାରା ପତ୍ତାକା ଉତ୍ତୋଳନ କରାଯିବ ଓ ସେମାନେ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ। ଆଜି ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ତାଲିକାରୁ ଏହି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୫ ତାରିଖ ଅର୍ଥାତ୍‌ ସ୍ୱାଧୀନତା ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ତାଲିକା ପ୍ରକାଶ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ। ଏଥିସହିତ ରାଜ୍ୟସ୍ତରୀୟ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର