ଫାଓ ଲିଗ୍: ସାଇ ଓ ଓଡ଼ିଶା ପୁଲିସ୍ ବିଜୟୀ
କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ଲିଗ୍ରେ ଶୁକ୍ରବାର ସାଇ ପ୍ରଶିକ୍ଷଣ କେନ୍ଦ୍ର ଓ ଓଡ଼ିଶା ପୁଲିସ୍ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ସାଇ ୪-୦ ଗୋଲ୍ରେ ଯୁବବନ୍ଧୁ ସାଂସ୍କୃତିକ ସଂଗଠନକୁ ହରାଇଛି। ଅବିନାଶ ସାମଲ (୪୨ ଓ ୬୩ ମିନିଟ୍) ଏବଂ ପ୍ରଭାତ ଦନସେନା (୪୪ ଓ ୫୩ ମିନିଟ୍) ଦୁଇଟି ଲେଖାଏଁ ଗୋଲ୍ ଦେଇ ଦଳକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ଦ୍ୱିତୀୟ ମ୍ୟାଚ୍ରେ ଓଡ଼ିଶା ପୁଲିସ୍ ୩-୧ ଗୋଲ୍ରେ ଜୟଦୁର୍ଗା କ୍ଲବ୍କୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ବି ଜର୍ଜ ପ୍ରକାଶ (୨୨ ଓ ୩୨ ମିନିଟ୍) ଦୁଇଟି ଓ ବିଜୟ ଘାଲନ (୧୬ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲା ବେଳେ ଜୟଦୁର୍ଗା ପକ୍ଷରୁ ସିଦ୍ଧାନ୍ତ ଦାସ ୨୭ ମିନିଟ୍ରେ ଗୋଟିଏ ଗୋଲ୍ ଶୁଝି ଦେଇଥିଲେ। ଶୁକ୍ରବାର ମ୍ୟାଚ୍ ଦୁଇଟିକୁ ତରୁଣ କୁମାର ପ୍ରଧାନ, ଦୈତାରୀ କରୁଆ, ଅରୁଣ ନାୟକ, ଜ୍ୟୋତିରଂଜନ ସ୍ୱାଇଁ, ଆଶିଷ ତିଓ୍ଵାରୀ, ଭୀମ ଛେତ୍ରୀ, ସୁଜିତ କୁମାର ପାତ୍ରୋ ପରିଚାଳନା କରିଥିଲେ। ଶନିବାର ଇଣ୍ଡିପେଣ୍ଡେଣ୍ଟ କ୍ଲବ୍ ଓ ମଙ୍ଗଳା କ୍ଲବ୍ ଏବଂ ରାଧାରମଣ କ୍ଲବ୍ ଓ ପୂର୍ବତଟ ରେଳବାଇ ମଧ୍ୟରେ ମୁକାବିଲା ହେବ।