ନିଜ ବାୟୋପିକ୍‌ର ନିର୍ମାଣ ଦେଖିବାକୁ ଚାହୁଁଛନ୍ତି ଗୋବିନ୍ଦା, କହିଲେ-ଅନେକ ଲୋକଙ୍କୁ ପ୍ରେରଣା ଦେବ ମୋ କାହାଣୀ

ମୁମ୍ବାଇ: କମେଡ଼ି ଫିଲ୍ମ ‘ଫ୍ରାଇଡ଼େ’କୁ ନେଇ ଆସୁଥିବା ବଲିଉଡ୍‌ ଅଭିନେତା ଗୋବିନ୍ଦା ଏତେ ଦିନ ପରେ ନିଜ ମନ କଥା ଖୋଲି କହିଛନ୍ତି । କୌଣସି ଗଡ୍‌ ଫାଦର ନଥାଇ ବଲିଉଡ୍‌ରେ ତିଷ୍ଟି ରହିବା ସହଜ ନୁହେଁ । ଏଠାରେ ତିଷ୍ଟିବା ପାଇଁ ସେ ଯେଉଁ ସଂଗ୍ରାମ କରିଛନ୍ତି ତାହା ତାଙ୍କ ସାଥୀ କଳାକାରମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଛନ୍ତି ।

DNA India

ଫିଲ୍ମ ‘ଫ୍ରାଇଡ଼େ’ର ଟ୍ରେଲର ଲଞ୍ଚ ଶନିବାର କରାଯାଇଥିବା ବେଳେ ତାଙ୍କର ବାୟୋପିକ୍‌ ତିଆରି ହେଉ ଏହା ସେ ଚାହାନ୍ତି ନା ନାହିଁ ବୋଲି ତାଙ୍କୁ ପ୍ରଶ୍ନ କରା ଯାଇଥିଲା । ଏହାର ଉତ୍ତର ରଖି, ମୋତେ ଲାଗୁନି କି ଏ ସମୟରେ ମୋ ଜୀବନୀକୁ ନେଇ ଫିଲ୍ମ ତିଆରି ହେବା ଦରକାର । କାରଣ ମୁଁ ଏବେ ଫିଲ୍ମ କରୁଛି । କିନ୍ତୁ ଯଦି ମୋ ଜୀବନୀ ଉପର ଫିଲ୍ମ ତିଆରି ହୁଏ ତେବେ ତାହା ନିଶ୍ଚୟ ସାଥୀ କଳାକାରମାନଙ୍କୁ ପ୍ରେରଣା ଦେବ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର