ଯାଆଁଳା ଶିଶୁ କନ୍ୟାର ମା’ ବନିଲେ ଅଭିନେତ୍ରୀ ଲିଜା ରାଏ

ନୂଆଦିଲ୍ଲୀ: ଅଭିନେତ୍ରୀ ଲିଜା ରାଏ ନିକଟରେ ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଲିଜା ସେରୋଗେସି ଜରିଆରେ ଦୁଇଟି କନ୍ୟା ସନ୍ତାନଙ୍କ ମା’ ବନିବାର ସୌଭାଗ୍ୟପ୍ରାପ୍ତ କରିଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ଦୁଇଯି କନ୍ୟା ସନ୍ତାନର ପ୍ରଥମ ଫଟୋ ସେୟାର କରି ଲିଜା ନିଜର ମା’ ବନିବାର ଅନୁଭୂତିକୁ ଜାହିର କରି ଲେଖିଛନ୍ତି, ଏବେ ଜୀବନ ଅନେକ ଭାବନାରେ ଭରି ରହିଛି। ଅନେକ ଜିନିଷକୁ ମ୍ୟାନେଜ କରିବାକୁ ପଡ଼ୁଛି। କାମ ସହିତ ନିଜର ଓ ସନ୍ତାନଙ୍କ ଯତ୍ନ, ସାଙ୍ଗ ଓ ପରିବାର ଓ ସ୍ୱାମୀଙ୍କ ସହ ସମୟ ବିତାଇବା ଆଦି। ଏସବୁ ମ୍ୟାନେଜ କରିବା ପାଇଁ ଟିକେ କଷ୍ଟ ଲାଗୁଥିଲେ ବି ଏଥିରେ ମୁଁ ଖୁସି ଅଛି।

ଲିଜା ତାଙ୍କ ଝିଅର ନାମ ସୁଫି ଓ ସୋଲେଇଲ ରଖିଛନ୍ତି। କର୍କଟ ଆକ୍ରାନ୍ତ ହୋଇଥିବା ଲିଜା ପ୍ରଥମ ଥର ମା’ ବନିଛନ୍ତି। ସେ ମୃତତ୍ୱ ଲାଭକୁ ଏକ ଅଦ୍ଭୁତ ଅନୁଭବ ବୋଲି କହିଛନ୍ତି। ଲିଜା କହନ୍ତି, ମୁଁ ମୋର ଝିଅଙ୍କୁ ଖୁବ୍‌ ଶୀଘ୍ର ମୁମ୍ବାଇକୁ ଆଣିବାକୁ ଚାହୁଁଛି। ଲିଜାଙ୍କ ଏହି ଜାଆାଁଳା ଝିଅକୁ ଜାର୍ଜିଆର ତବିଲିସିରେ ଦେଇଛନ୍ତି।

 

ସମ୍ବନ୍ଧିତ ଖବର