ମିଛ ପରିଚୟ ଦେଇ ‘ବିଗ୍‌ ବସ୍‌’ ଘରେ ପ୍ରବେଶ କରିଛନ୍ତି ଏହି ପ୍ରତିଯୋଗୀ, କାମ ଏବଂ ନାମକୁ ନେଇ କହିଛନ୍ତି ମିଛ !

ମୁମ୍ବାଇ : ଦେଶର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ରିୟାଲିଟି ସୋ’ ‘ବିଗ୍‌ ବସ୍‌’ ଆରମ୍ଭ ହେବାର ୪ଦିନ ପରେ ଜଣେ ପ୍ରତିଯୋଗୀଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି । ମିଛ ପରିଚୟ ଦେଇ ପ୍ରତିଯୋଗୀ ଜଣଙ୍କ ଘରକୁ ପ୍ରବେଶ କରିବା କଥା ପ୍ରଚାର ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରତିଯୋଗୀଜଣଙ୍କ ନିଜ ନାଁ ଏବଂ ନିଜ ପେସା ବିଷୟରେ ମିଛ କହିଥିବା ଜଣା ପଡ଼ିବା ପରେ ଏବେ ବିଗ୍‌ ବସ୍‌ର ଟିଆର୍‌ପି ବଢ଼ିବାକୁ ଲାଗିଛି । ଏଠାରେ ଯେଉଁ ପ୍ରତିଯୋଗୀଙ୍କ ବିଷୟରେ କୁହାଯାଉଛି ସେ ହେଉଛନ୍ତି ସୌରଭ ପଟେଲ।

aajtak.intoday.in

ସୌରଭ  ଶିବାଶିଷ ମିଶ୍ରଙ୍କ ଯୋଡ଼ିଦାର ହୋଇଥିବା ବେଳେ ଏବେ ସୌରଭଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅନୁପ୍‌-ଜସ୍‌ଲୀନ୍‌ ଏବଂ ଶ୍ରୀସନ୍ଥଙ୍କ ପରେ ଏବେ ସୌରଭଙ୍କ ପାଇଁ ଏହି ସୋ’କୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ମୁତାବକ, ସୌରଭଙ୍କ ଅସଲ ନାମ ସାହିଲ ରାମେଶ୍ୱର ପଟେଲ ବୋଲି ଜଣା ପଡ଼ିବା ସହ ସେ ପୂର୍ବରୁ ଆସିଷ୍ଟାଣ୍ଟ କାଷ୍ଟିଙ୍ଗ ଡ଼ିରେକ୍ଟର ଭାବେ କାମ କରୁଥିଲେ ବୋଲି ଜଣା ପଡ଼ିଛି । ନିଜକୁ ଚାଷୀ ବୋଲି କହୁଥିବା ସୌରଭ ରଶ୍ମୀ ଶର୍ମା ଏବଂ ବିଏଜି ଫିଲ୍ମ ଭଳି ପ୍ରଡ଼କ୍ସନ ହାଉସ୍‌ରେ ଆସିଷ୍ଟାଣ୍ଟ କାଷ୍ଟିଙ୍ଗ ଡ଼ିରେକ୍ଟର ଭାବେ କାମ କରି ସାରିଛନ୍ତି । ଏହାର ଖୁଲାସା ସୌରଭଙ୍କ ଜଣେ ସହକର୍ମୀ ଏକ ନିଉଜ୍‌ େଓ୍ଵବ୍‌ସାଇଟ୍‌କୁ ଦେବା ପରେ ଏହା ସାମ୍ନାକୁ ଆସି ପାରିଛି ।

ସମ୍ବନ୍ଧିତ ଖବର