ଚିକିତ୍ସା କ୍ଷେତ୍ରରେ ଜେମ୍ସ ଆଲିସନ୍, ତାସୁକୁ ହୋଞ୍ଜୋଙ୍କୁ ନୋବେଲ

କ୍ୟାନ୍‌ସର ସହ ଲଢ଼ିବା ପାଇଁ ନୂଆ ଥେରାପି

ଷ୍ଟକ‌େହାମ୍: ଚିକିତ୍ସା ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇଁ ଏ ବର୍ଷ ଦୁଇଜଣଙ୍କ ନାମ ଘୋଷଣା କରାଯାଇଛି। ସେମାନେ ହେଲେ ଆମେରିକାର ଜେମ୍ସ ଆଲିସନ୍ ଏବଂ ଜାପାନର ତାସୁକୁ ହୋଞ୍ଜୋ। କ୍ୟାନସର ଭଳି ଦୁ‌ରାରୋଗ ପାଇଁ ଅଭୂତପୂର୍ବ ଗବେଷଣା ଓ ସଫଳତା ନିମନ୍ତେ ସେମାନଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରିବା ଲାଗି ନିଷ୍ପତ୍ତି ‌ନିଆଯାଇଛି। ଆଲିସନ୍ ଏବଂ ହୋଞ୍ଜୋ କ୍ୟାନସର ପାଇଁ ଏଭଳି ଏକ ଅଭୂତପୂର୍ବ ଥେରାପି ବିକଶିତ କରିଛନ୍ତି, ଯାହାଦ୍ବାରା ଏହି ଦୁରା‌େରାଗ ସହ ଲଢ଼ିବା ପାଇଁ ମଣିଷ ଶରୀରର କୋଷିକାଗୁଡ଼ିକୁ ପୂର୍ବାପେକ୍ଷା ଶକ୍ତିଶାଳୀ କରାଯାଇ ପାରିବ। ଶରୀରର ରୋଗ ପ୍ରତିରୋଧକ ଶକ୍ତି କେଇଗୁଣ ବୃଦ୍ଧି ପାଇବ। ଫଳରେ କ୍ୟାନସର ରୋଗରୁ ମୁକୁଳିବା ପାଇଁ ସହଜ ହୋଇପାରିବ ବୋଲି ସ୍ବିଡେନର କାରୋଲିନସ୍କା ଇନଷ୍ଟିଚ୍ୟୁଟ‌େର ନୋବେଲ ଆସେମ୍ବ୍ଲି ପକ୍ଷରୁ ସୂଚନା ଦିଆଯାଇଛି। ନୋବେଲ ଆସେମ୍ବ୍ଲି ଆହୁରି ଦର୍ଶାଇଛି ଯେ କର୍କଟ ଭଳି ମାରାତ୍ମକ ରୋଗ‌େର ପୀଡ଼ିତ ଲୋକଙ୍କର କିଭଳି ଉପଯୁକ୍ତ ଚିକିତ୍ସା ହୋଇପାରିବ ସେଥିପାଇଁ ଏହି ଦୁଇ ବୈଜ୍ଞାନିକ ବିଭିନ୍ନ ଥେରାପି ଉପରେ ନିରନ୍ତର ଗବେଷଣା କରିଥିଲେ। ଶେଷରେ ସେମାନେ ରୋଗ ପ୍ରତିରୋଧକ ଶକ୍ତିକୁ ଭିନ୍ନ ଉପାୟରେ ସୁଦୃଢ଼ କରିବା ପାଇଁ ବାଟ ଖୋଜିପାଇଛନ୍ତି। ସେମାନଙ୍କର ଏଭଳି ଗବେଷଣା ଚିକିତ୍ସା ବିଜ୍ଞାନ କ୍ଷେତ୍ର ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଉଭୟ ବୈଜ୍ଞାନିକ ଏକପ୍ରକାର ପ୍ରୋଟିନ୍ ଉପରେ ଗବେଷଣା କରିଥିଲେ, ଯାହା କି ଟ୍ୟୁମର କୋଷ ଦ୍ବାରା ପ୍ରଭାବିତ ହେବାରୁ ଶରୀର ଏବଂ ଏହାର ମୁଖ୍ୟ ପ୍ରତିରୋଧକ କୋଷିକା (ଯାହାକୁ ଟି-ସେଲ୍ କୁହାଯାଉଛି)ଗୁଡ଼ିକୁ ରୋକିପାରିବ। ତେବେ ଆଲିସନ୍ ୟୁନିଭସିର୍ଟି ଅଫ୍ ଟେକ୍ସାସ୍ ଏମଡି ଆଣ୍ଡରସନ୍ କ୍ୟାନସର ସେଣ୍ଟରର ଜଣେ ପ୍ର‌େଫସର ହୋଇଥିବା ବେଳେ ହୋଞ୍ଜୋ ଜାପାନସ୍ଥିତ କ୍ୟୋଟୋ ୟୁନିଭର୍ସିଟି‌େର ପ୍ରଫେସର ଅଛନ୍ତି। ଉଭୟ ପୃଥକ୍ ଭାବେ କୋଷିକା ଉପରେ ଏକ ଦ୍ବିତୀୟ ପ୍ରୋଟିନ୍ ଆବିଷ୍କାର କରିପାରିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ଚିକିତ୍ସା ବିଜ୍ଞାନ କ୍ଷେତ୍ର ପାଇଁ ପ୍ରଥମେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଥାଏ। ଆଜି ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ୍ ଘୋଷଣା କରାଯାଇଥିବା ବେଳେ ମଙ୍ଗଳବାର ପଦାର୍ଥ ବିଜ୍ଞାନ, ବୁଧବାର ରସାୟନ ବିଜ୍ଞାନ, ଶୁକ୍ରବାର ନୋବେଲ୍ ଶାନ୍ତି ଏବଂ ଆସନ୍ତା ସୋମବାର ଅର୍ଥଶାସ୍ତ୍ର ପାଇଁ ନୋବେଲ୍ ବିଜେତାଙ୍କ ନାମ ଘୋଷଣା କରାଯିବ। କିନ୍ତୁ ଚଳିତବର୍ଷ ସାହିତ୍ୟ ପାଇଁ ‌େନାବେଲ ପୁରସ୍କାର ନଦେବାକୁ ଘୋଷଣା କରାଯାଇଛି। ବିଗତ ୭୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାହିତ୍ୟରେ ନୋବେଲ୍ ଦିଆଯିବ ନାହିଁ। ଚଳିତବର୍ଷ ଡିସେମ୍ବର ୧୦ ତାରିଖରେ ନୋବେଲ୍ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ‌େନାବେଲ୍ ଆସେମ୍ବ୍ଲି ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର