ତିଆରି ହେଲା ସୋଲାର ରାସ୍ତା : ଯାହା ଉପରେ ଗାଡି ଚାଲିଲେ ଆପେ ଆପେ ହୋଇଯିବ ରିଚାର୍ଜ !

ରାସ୍ତାରେ ଚାଲୁଥିବା ସମୟରେ ବି ଆପେ ଆପେ ଚାର୍ଜ ହୋଇପାରିବ କାର ଏବଂ ବାଇକ। ଚୀନରେ ନିର୍ମାଣ ହୋଇଛି ଏଭଳି ଏକ ହାଇୱେ ଯାହା ଉପରେ ଗାଡି ଚାଲିଲେ ଗାଡି ଆପେ ଆପେ ରିଚାର୍ଜ ହୋଇଯିବ। କେବଳ ସେତିକି ନୁହେଁ ଏହି ରାସ୍ତା ସାହାଯ୍ୟରେ ୮୦୦ ଘର ସହିତ ରାସ୍ତା କଡରେ ବିନା ଖର୍ଚ୍ଚରେ ଜଳୁଛି ଲାଇଟ।

ଦିନକୁ ଦିନ ବଢୁଥିବା ପେଟ୍ରୋଲ ଦରକୁ ଆଖି ଆଗରେ ରଖି ଏବେ ବଡ ବଡ କମ୍ପାନୀ ମାନେ ପେଟ୍ରୋଲ ଚାଳିତ ଗାଡି ବଦଳରେ ବିଭିନ୍ନ ପ୍ରକାର ଚାର୍ଜିଂ ଗାଡି ତିଆରି କରିବାରେ ଲାଗିଲେଣି। ଏହି ଗାଡି ଗୁଡିକରେ ଚାର୍ଜିଙ୍ଗ ବ୍ୟାଟ୍ରି ଲଗାଯାଇଥାଏ। ବ୍ୟାଟ୍ରିରୁ ଚାର୍ଜ ସରିଗଲେ ପୁନର୍ବାର ଚାର୍ଜ କରିବାକୁ ପଡିଥାଏ। ସବୁଠାରୁ ବଡ କଥା ହେଲା ଏହି ବ୍ୟାଟ୍ରି ଚାଳିତ ଗାଡି ଦ୍ୱାରା ପରିବେଶ ଉପରେ କୌଣସି ପ୍ରଭାବ ପଡିନଥାଏ। ଅର୍ଥାତ ଚାର୍ଜିଙ୍ଗ ଗାଡି ଦ୍ୱାରା ପରିବେଶ ପ୍ରଦୂଷଣ ହୋଇନଥାଏ। କିନ୍ତୁ ଏଥିରେ ମଧ୍ୟ ଗୋଟିଏ ଅସୁବିଧା ରହିଛି ରାସ୍ତାରେ ଯାଉଥିବା ସମୟରେ କେଉଁଠି ଏବଂ କେତେବେଳେ ଚାର୍ଜ ସରିଯିବ ତାହା ଜଣାନଥାଏ। ପେଟ୍ରୋଲ ଟାଙ୍କି ଭଳି ଏହି ଗାଡି ଗୁଡିକୁ ଚାର୍ଜ କରିବା ପାଇଁ ରାସ୍ତା କଡରେ କୌଣସି ବ୍ୟବସ୍ଥା ନଥିବାରୁ ବେଳେ ଅଧ ରାସ୍ତାରେ ହଇରାଣ ହେବାକୁ ପଡିଥାଏ। କିନ୍ତୁ ଆମର ପଡୋଶି ଦେଶ ଚୀନର ଲୋକମାନଙ୍କୁ ଏପରି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ। କାରଣ ଚୀନରେ ଏପରି ଏକ ସଡକ ତିଆରି ହେବାକୁ ଯାଉଛି ଯାହା ଏହି ଇଲୋକ୍ଟ୍ରୋନିକ କାର ଏବଂ ବାଇକ ଗୁଡିକୁ ଆପେ ଆପେ ଚାର୍ଜ କରିଦେବ।

ପ୍ରକୃତରେ ଚୀନରେ ଏପରି ଏକ ହାଇୱେ ନିର୍ମାଣ ହେଉଛି ଯାହା ଏହି ରାସ୍ତା ଉପରେ ଚାଲୁଥିବା କାର ଗୁଡିକୁ ଏକ ଅଭିନବ ଟେକ୍ନିକରେ ଚାର୍ଜ କରିପାରିବ। ଏହି ରାସ୍ତା ତିଆରି ହେବା ପାଇଁ ସୋଲାର ପ୍ଲେଟ, ହାଇୱେ ସେନ୍‌ସର ଏବଂ ୱେୟାରଲେସ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। କେବଳ ସେତିକି ନୁହେଁ ଏହି ସୋଲାର ରାସ୍ତାରେ ଜାତାୟତ କରୁଥିବା ପ୍ରତ୍ୟେକଟି କାର ଏବଂ ବାଇକୁ ଚାର୍ଜ କରିବା ସହ ଗାଡି ଗୁଡିକର ସମ୍ପୁର୍ଣ୍ଣ ତଥ୍ୟ ସଂଗ୍ରହ କରିପାରିବ ଏହି ରୋଡରେ ଲାଗିଥିବା ସେନ୍‌ସର।

ମିଳିଥିବା ସୂଚନା ଅନୁଯାୟୀ, ଏହି ରାସ୍ତାର ଦୂରତା ପ୍ରାୟ ୧୦୮୦ ମିଟର ରହିଛି। ପ୍ରତିଦିନ ଏହି ରାସ୍ତାରେ ପାଖାପାଖି ୪୫ ହଜାରୁ ଅଧିକ ଗାଡି ଯାତାୟତ କରୁଛନ୍ତି। ସୋଲାରରେ ତିଆରି କରାଯାଇଥିବା ରାସ୍ତା କେବଳ କାର ବାଇକକୁ ଚାର୍ଜ କରିନଥାଏ ଏଥିରେ ପ୍ରାୟ ୮୦୦ ଘର ଆଲୋକିତ ହେବା ସହ ରାସ୍ତା କଡରେ ଥିବା ଲାଇଟ ଗୁଡିକ ମଧ୍ୟ ଜଳିଥାଏ।

ସମ୍ବନ୍ଧିତ ଖବର