ବିସ୍କୁଟ ଖାଇ ଅନଶନ ଭାଙ୍ଗିଲେ ପୁଞ୍ଜିଲାଲ

ବଲାଙ୍ଗୀର : ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର ବିସ୍କୁଟ୍‌ ଖାଇ ଆଜି ଅନଶନ ଭାଙ୍ଗିଛି। ଏହାପରେ ତାକୁ ମେଡ଼ିକାଲରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ପାଟଣାଗଡ଼ରୁ ବଲାଙ୍ଗୀର ଜେଲ୍‌କୁ ସ୍ଥାନାନ୍ତର ପରେ ବି ପୁଞ୍ଜିଲାଲ ଅନଶନ ଚଳାଇ ଆସୁଥିଲା। ଖାଦ୍ୟ ଗ୍ରହଣ ନକରି କେବଳ ଗ୍ଲୁକୋଜ ପିଇ ରହୁଥିଲା। ଦୁର୍ବଳ ହେବାପରେ ଜେଲ୍‌ କର୍ତ୍ତୃପକ୍ଷ ବଲାଙ୍ଗୀର ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ସାଲାଇନ ଲାଗି ଚିକିତ୍ସା କରାଯାଉଥିଲା। ଅବସ୍ଥା ସଂଗିନ ଆଡ଼କୁ ଗତି କରୁଛି ବୋଲି ଗତକାଲି ଡାକ୍ତର କହିଥିଲେ। ଆଜି ନିଜ ପଟୁ ଅନଶନ ଭଙ୍ଗ କରିବ ବୋଲି ପୁଞ୍ଜିଲାଲ କହିଥିଲା। ଏହାପରେ ବିସ୍କୁଟ ଖାଇ ଅନଶନ ଭାଙ୍ଗିଥିଲା। ଏହାସହ ଜେଲ କର୍ତ୍ତୃପକ୍ଷଙ୍କୁ ଅନଶନ ଆଉ କରିବ ନାହିଁ, ଜେଲ ଭିତରେ ଯାହା ଖାଦ୍ୟ ଦେଲେ ସେ ଖାଇବ ବୋଲି ଲିଖିତ ଆକାରରେ ଦେଇଥିବା ଜେଲର ସଂଜୟ ବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର