ଭୁବନେଶ୍ୱର : ଗତକାଲିଠାରୁ ବାଙ୍ଗାଲୁରୁରେ ଆରମ୍ଭ ହୋଇଛି ଦ୍ୱିବାର୍ଷିକ ଏରୋ ଇଣ୍ଡିଆ ସୋ’ । ଏହି ଏୟାର ସୋ’ରେ ରାଫେଲ ବିମାନ ଓ ଭାରତରେ ତିଆରି ତେଜସ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରରେ ରହିଛି । ତେବେ ଏଥରେ ଅନ୍ୟତମ ଆକର୍ଷଣ ହୋଇଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଭାରତୀୟ ବାୟୁସେନାର ଭିଣ୍ଟେଜ କଲେକ୍ସନ ମଧ୍ୟରୁ ଏହାକୁ ପ୍ରଦର୍ଶନ କରାଯାଇଛି । ଏରୋ ଇଣ୍ଡିଆ ସୋ’ରେ ଉଡିଥିବା ଏହି ଡାକୋଟା ବିମାନକୁ ବିଜେପି ଏମପି ରାଜୀବ ଚନ୍ଦ୍ରଶେଖର ଭାରତୀୟ ବାୟୁସେନାକୁ ଦାନ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଡାକୋଟା ବିମାନ ମାଧ୍ୟମରେ ଏକ ଅତ୍ୟନ୍ତ ଦୁଃସାହସିକ ଅଭିଯାନ ଚଳାଇ ବିଜୁବାବୁ ୧୯୪୭ ଜୁଲାଇ ୨୨ରେ ଇଣ୍ଡୋନେସିଆର ତତକାଳୀନ ପ୍ରଧାନମନ୍ତ୍ରୀ ସୁଲତାନ ସାହରିରଙ୍କୁ ଜାଭା ଦ୍ୱୀପରୁ ଡଚ୍ ସେନା କବଳରୁ ମୁକ୍ତ କରି ନେଇଆସିଥିଲେ । ଦେଶ ସ୍ୱାଧୀନତା ସମୟରେ ବିଜୁବାବୁ ପ୍ରତିଷ୍ଠା କରିଥିବା କଳିଙ୍ଗ ଏୟାରଲାଇନ୍ସରେ ମୋଟ ୧୫ଟି ଡାକୋଟା ବିମାନ ଥିଲା ।
କେବଳ ଏହି ଭିଣ୍ଟେଜ ଡାକୋଟା ବିମାନ ନୁହେଁ, ଏହି ଏରୋ ସୋ’ରେ ଦେଶ ବିଦେଶର ପ୍ରାୟ ୪୭ଟି ଅତ୍ୟାଧୁନିକ ବିମାନର ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି । ରାଫେଲ, ଏଲସିଏ, ସୁଖୋଇ, ଲାଇଟ ୟୁଟିଲିଟି ହେଲିକପ୍ଟର ଆଦିର ମଧ୍ୟ ପ୍ରଦର୍ଶନ ହେବ । ଏହା ଆସନ୍ତା ୨୪ରେ ଶେଷ ହେବ ।