ସୁରେଶ ରୈନାଙ୍କ ରେକର୍ଡ : ଟି-୨୦ରେ ୮୦୦୦ ରନ କରିବାରେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ : ବରିଷ୍ଠ ବ୍ୟାଟ୍ସମ୍ୟାନ  ସୁରେଶ ରୈନା ଟି୨୦ରେ ୮ ହଜାର ରନ କରିବାର ସର୍ବପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ହେବାର ଗୌରବ ହାସଲ କରିଛନ୍ତି । ସୟଦ ମୁସ୍ତାକ ଅଲ୍ଲୀ  ଟ୍ରଫିରେ ସେ ପୁଡୁଚେରୀ ବିରୋଧରେ ସେ ମାତ୍ର ୧୨ ରନ କରିଥିଲେ ମଧ୍ୟ ସେ ଏହି ରେକର୍ଡ କରିବାକୁ ସକ୍ଷମ ହୋଇଛନ୍ତି । ଉତ୍ତରପ୍ରଦେଶ ତରଫରୁ ଖେଳୁଥିବା ଏହି ବ୍ୟାଟ୍ସମ୍ୟାନ ଏପର୍ଯ୍ୟନ୍ତ ମୋଟ ୩୦୦ଟି ଟି-ଟ୍ବେଣ୍ଟି ଖେଳି ୮୦୦୧ ରନ କରିଛନ୍ତି । ଏହି ଫର୍ମାଟରେ ସେ ୪ଟି ଶତକ ଓ ୪୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

୮ ହଜାର ରନ କରିବାରେ ସେ ଭାରତର ପ୍ରଥମ ଖେଳାଳୀ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ସେ ୬ଷ୍ଠ ସ୍ଥାନରେ ଅଛନ୍ତି । ଓ୍ବେଷ୍ଟ ଇଣ୍ଡିଜର କ୍ରିସ ଗେଲ ୧୨,୨୯୮ ରନ ସହ ପ୍ରଥମ ସ୍ଥାନରେ ଥିବାବେଳେ ନ୍ୟୁଜିଲାଣ୍ଡର ୯୯୨୨ ରନ ସହ ବ୍ରାଣ୍ଡନ ମାକୁଲମ ୨ୟ ସ୍ଥାନରେ ଅଛନ୍ତି । ସେହିପରି ୮୬୦୩ ରନ ସହ ପାକିସ୍ତାନର ସୋଏବ ମଲ୍ଲିକ ୩ୟ ସ୍ଥାନରେ ଓ ୮୧୧୧ ରନ ସହ ଅଷ୍ଟ୍ରେଲିଆର ଡେଭିଡ ଓ୍ବାର୍ଣର ୪ର୍ଥ  ଅଛନ୍ତି ।

ସମ୍ବନ୍ଧିତ ଖବର