କୋରାପୁଟ: ଜାତୀୟ ରାଜପଥ -୨୬ରେ କୋରାପୁଟ ସହର ଉପକଣ୍ଠ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିକଟରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତ ଓ ଆହତଙ୍କ ପରିଚୟ ମିଳି ପାରିନନି। ତେବେ ସେମାନଙ୍କ ଘର ଜୟପୁର ବୋଲି ଜଣାପଡିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ସେମିଳିଗୁଡାରୁ କୋରାପୁଟ ଆଡକୁ ଆସୁଥିବା ଏକ ସ୍ବିଫ୍ଟ କାର୍(ଓଡ଼ି-୧୦-ଏ-୧୪୧୩) ଆଗରେ ଯାଉଥିବା ଏକ ଟିପର ପଛରେ ପିଟି ହୋଇ ଯାଇଥିଲା। କାରଟି ଏତେ ଜୋରରେ ପିଟି ହୋଇଥିଲା ଯେ, କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ କାର ଚଳାଉଥିବା ଯୁବକଙ୍କ ମୃତ୍ୟୁ ହୋଇଛି। କାରରେ ବସିଥିବା ଅନ୍ୟ ଜଣେ ଯୁବକଙ୍କୁ ଜୋର ଆଘାତ ଲାଗିଥିଲା। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କୋରାପୁଟ ଟାଉନ ଥାନା ପୁଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି।