କୋଲ୍କାତା: ଦୁଇ ଥର ବିଜେତା କେକେଆର୍ (କୋଲ୍କାତା ନାଇଟ୍ ରାଇଡର୍ସ) ଆଗାମୀ ଆଇପିଏଲ୍ ଋତୁ ପାଇଁ ଆସନ୍ତାକାଲିଠାରୁ ତା’ର ପ୍ରସ୍ତୁତି ଆରମ୍ଭ କରିବ। ଏଥିପାଇଁ ଜାଦବପୁର ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍-୨ ପଡ଼ିଆକୁ ବ୍ୟବହାର କରିବ। ଦୀନେଶ କାର୍ତିକଙ୍କ ନେତୃତ୍ବରେ କେକେଆର୍ ଦଳ ଯାଦବପୁର ପଡ଼ିଆରେ ଶିବିର ଆୟୋଜନ କରିବା ପରେ ଇଡେନ୍ ଗାର୍ଡେନ୍ରେ ମଧ୍ୟ ଅଭ୍ୟାସ କରିବ। ଏହି ଦଳ ଚଳିତ ମାସ ୨୪ ତାରିଖରେ ତା’ର ପ୍ରଥମ ମ୍ୟାଚ୍ରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ପ୍ରଥମ ଦୁଇ ସପ୍ତାହ ପାଇଁ ଘୋଷିତ ହୋଇଥିବା ସୂଚୀ ଅନୁଯାୟୀ କେକେଆର୍ ତା’ର ପରବର୍ତୀ ଘରୋଇ ମ୍ୟାଚ୍ ୨୭ ତାରିଖରେ କିଙ୍ଗ୍ସ ଏକାଦଶ ପଞ୍ଜାବ ସହ ଖେଲିବ। ଏଠାରେ ସୂଚନାଯୋଗ୍ୟ, ଗତ ତିନି ଋତୁ ଧରି କେକେଆର୍ ପ୍ଲେ-ଅଫ୍ ପର୍ଯ୍ୟନ୍ତ ଯିବାକୁ ସମର୍ଥ ହୋଇନାହିଁ। ଏହି ଦଳ ୨୦୧୮ରେ ଦ୍ବିତୀୟ କ୍ବାଲିଫାୟରରେ ସନ୍ ରାଇଜର୍ସ ହାଇଦ୍ରାବାଦ ନିକଟରୁ ହାରିଯାଇଥିଲା। ଶେଷ ଥର ପାଇଁ କେକେଆର୍ ୨୦୧୨ ଓ ୨୦୧୪ରେ ବିଜେତା ହୋଇଥିଲା।
କେକେଆର୍ ଦଳ: ଦୀନେଶ କାର୍ତିକ (ଅଧିନାୟକ/ୱିକେଟ୍ରକ୍ଷକ), ରବିନ୍ ଉଥପ୍ପା (ଉପଅଧିନାୟକ), କ୍ରିସ୍ ଲିନ୍, ଆନ୍ଦ୍ରେ ରସଲେ, ସୁନିଲ ନରିନ୍, ଶୁବମନ୍ ଗିଲ୍, ପ୍ରସିଦ୍ଧ କୃଷ୍ଣ, ଶିବମ୍ ମାଭି, ନୀତିଶ ରାଣା, କମଳେଶ ନାଗରକୋଟୀ, ରିଙ୍କୁ ସିଂହ, କୁଲ୍ଦୀପ୍ ଯାଦବ, ପୀୟୂଷ ଚାୱଲା, କାର୍ଲୋସ୍ ବ୍ରାଥ୍ୱେଟ୍, ଲୋକି ଫର୍ଗୁସନ୍, ଅନ୍ରିକ୍ ନୁର୍ଜେ, ନିଖିଲ ନାଏକ, ହାରି ଗୁର୍ନି, ପୃଥ୍ବୀରାଜ ୟାରା, ଜୋଏ ଡେନ୍ଲି ଓ ଶ୍ରୀକାନ୍ତ ମୁନ୍ଧେ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର