ପୂର୍ବତନ ବିଧାୟକଙ୍କ ପୁଅ ଅମିତାଭ ବିଜେଡିରେ

ଭୁବନେଶ୍ବର : ବିଜେଡିରେ ସାମିଲ ହୋଇଛନ୍ତି ପାଟଣାଗଡ଼ର ପୂର୍ବତନ ବିଧାୟକ ସୁଶୀଲ କୁମାର ପୃଷ୍ଟିଙ୍କ ପୁଅ ଅମିତାଭ ପୃଷ୍ଟି। ଶ୍ରୀପୃଷ୍ଟିଙ୍କ ସମେତ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳରେ ସାମିଲ ହୋଇଛନ୍ତି। ସୋମବାର ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପାଟଣାଗଡ଼ ବିଜେପି ଟାଉନ୍ ସଭାପତି ସନ୍ତୋଷ ମହେର, ପୂର୍ବତନ ବିଧାୟକଙ୍କ ପୁଅ ଅମିତାଭ ପୃଷ୍ଟି, ସମିତି ସଭ୍ୟ ରୁଦ୍ରମଣି ନାଏକ, ଘାଗୁରାଇ ସମିତି ସଭ୍ୟ ରାଧାମାଧବ ପାଣିଗ୍ରାହୀ, ବିଜେପି ଯୁବ ନେତା ହାଲୁ ସୁନା, ଚୈତନ ଥେତୁଲ, କଂଗ୍ରେସର ଗୋକୁଲ ନାଗ, ମୀନକେତନ ମେହେର ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ସାଂସଦ କଳିକେଶ ନାରାୟଣ ସିଂହଦେଓ, ମନ୍ତ୍ରୀ ସୁଶାନ୍ତ ସିଂହ ଓ ଯୁବନେତା ସୁବ୍ରତ ଛାଟୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର