ଗ୍ରିଲ୍ ଚୋରି ଅଭିଯୋଗରେ ୩ ଗିରଫ
ଖଣ୍ଡଗିରି: ଏକ ନିର୍ମାଣାଧୀନ ଘରୁ ଗ୍ରିଲ୍ ତାଡ଼ି ଚୋରି କରି ନେଇଥିବା ଅଭିଯୋଗରେ ଶୁକ୍ରବାର ଖଣ୍ଡଗିରି ଥାନା ପୁଲିସ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ସ୍ଥାନୀୟ କୋଳଥିଆର ଶିବ ପାତ୍ର(୨୪), ଶରଧାବାଲି ବସ୍ତିର ବବ୍ଲୁ ମହାରଣା(୨୩) ଓ ଡୁମୁଡୁମା ରେହମତ୍ ନଗରର ସେକ୍ ଇଆଜ୍(୨୮)। ପୁଲିସ ଅଭିଯୁକ୍ତମାନଙ୍କଠାରୁ ୭ଟି ଝରକା ଗ୍ରିଲ୍ ଜବତ କରିଛି। ପୁଲିସ ସୂଚନାନୁସାରେ, ଠିକାଦାର ସୁକର୍ଣ୍ଣ ଦାସ କୋଳଥିଆରେ ଏକ ଗୃହ ନିର୍ମାଣ କରୁଛନ୍ତି। ଗତ ୨୭ ତାରିଖ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଝରକାରେ ଲାଗିଥିବା ଗ୍ରିଲ୍ଗୁଡ଼ିକୁ ତାଡ଼ି ନେଇଥିଲେ। ଏନେଇ ଠିକାଦାର ଶ୍ରୀ ଦାସ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଠାବ କରିଥିଲା।