ମୁଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଗସ୍ତ ୧୧ରେ

ସୋନପୁର : ଗତ ୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋନପୁର ଆସିଥିଲେ ଭୋଟ ମାଗି। ଏହାର ମୁକାବିଲା ତଥା ଜବାବ ରଖିବା ପାଇଁ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଆସନ୍ତା ୧୧ ତାରିଖରେ ସୁବର୍ଣ୍ଣପୁର ଜିଲ୍ଳାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସିବା କାର୍ଯ୍ୟକ୍ରମ ରହିଥିବା ଦଳୀୟ ସୂତ୍ରରୁ ପ୍ରକାଶ। ବିନିକା ବ୍ଲକ ମହଦା ପଞ୍ଚାୟତର ସିଆଲି ପଡିଆରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ସହିତ ସେଠାରେ ବିଜେଡି ପ୍ରାର୍ଥୀମାନଙ୍କୁ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବେ।

ସମ୍ବନ୍ଧିତ ଖବର