ଛୁଟିରୁ ଫେରି ଦାୟିତ୍ୱ ଗ୍ରହଣ କଲେ ପୁଲିସ ଡିଜି ଆରପି ଶର୍ମା
ଭୁବନେଶ୍ୱର: ଛୁଟିରୁ ଫେରିବା ପରେ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ରବିବାର ପୁଣି ଥରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିଜୟ କୁମାର ଶର୍ମାଙ୍କ ଠାର ଦାୟିତ୍ୱ ଗ୍ରହଣ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଡିଜିପି ଡ. ରାଜେନ୍ଦ୍ର ଶର୍ମା ଛୁଟିରେ ଯିବା ପରେ ବିଜୟ କୁମାର ଶର୍ମା ଚଳିତ ମାସ ୯ ତାରିଖରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ।
ବରିଷ୍ଠ ଆଇପିଏସ୍ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ଏପ୍ରିଲ ୮ ତାରିଖରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଥିଲା। ତୁଷାର ଶର୍ମା ନିମୋନିଆରେ ଆକ୍ରାନ୍ତ ଥିଲେ। ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନିଆଯାଇଥିଲା କିନ୍ତୁ ଡାକ୍ତରଙ୍କ ବହୁ ଉଦ୍ୟମ ପରେ ମଧ୍ୟ ତୁଷାରଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀଙ୍କ ବିୟୋଗ ଯୋଗୁଁ ଆରପି ଶର୍ମା ଛୁଟିରେ ଯାଇଥିଲେ।