୩.୬୨ କୋଟି ଟଙ୍କା, ୫.୧୫ କୋଟି ମୂଲ୍ୟର ମଦ ଜବତ
ଭୁବନେଶ୍ବର : ଚଳିତ ନିର୍ବାଚନରେ ଫ୍ଲାଇ ସ୍କ୍ବାଡ୍ ଓ ପୁଲିସ୍ ରାଜ୍ୟରେ ଆଜି ସୁଦ୍ଧା ୩ କୋଟି ୬୨ ଲକ୍ଷ ୭୮ ହଜାର ଟଙ୍କା ଜବତ୍ କରିଛି। ସେହିପରି ବିଭିନ୍ନ ଜିଲ୍ଲାରୁ ମୋଟି ୪ କୋଟି ୫ ଲକ୍ଷ ୪୯ ହଜାର ଟଙ୍କା ମୂଲ୍ୟର ମଦ ଜବତ ହୋଇଛି। କେବଳ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ଅଞ୍ଚଳଗୁଡ଼ିକରୁ ଅବକାରୀ ବିଭାଗ ଓ ପୁଲିସ୍ ଯଥାକ୍ରମେ ୬୩ ଲକ୍ଷ ୪୦ ହଜାର ୮୩୬ ଟଙ୍କା ଓ ୫୧ ଲକ୍ଷ ୩୮ ହଜାର ୬୫୦ ଟଙ୍କାର ମଦ ଜବତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ସର୍ବସାଧାରଣ ସ୍ଥାନରେ ଲାଗିଥିବା ୪୬.୪୬ ଲକ୍ଷ ହୋର୍ଡିଂ, ପୋଷ୍ଟର ଓ ଘରୋଇ ମାଲିକାନାରେ ବେଆଇନ ଭାବେ ଲାଗିଥିବା ୩.୬୩ ଲକ୍ଷ ପୋଷ୍ଟର, ହୋର୍ଡିଂ ଆଦି ହଟାଯାଇଛି। ଆଜି ସୁଦ୍ଧା ରାଜ୍ୟରେ ୧୪,୧୫୧ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଛି। ଆଇପିସି ଧାରା ୧୦୭/୧୧୬ ଅନୁଯାୟୀ ୬୩,୮୨୯ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ବିଭିନ୍ନ ଜିଲ୍ଲା ପ୍ରଶାସନ ନିକଟରେ ଜମା ହୋଇଛି ପ୍ରାୟ ୫୪୫୧ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ। ତେବେ ଲାଇସେନ୍ସ ନଥିବା ୨୪୮ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି।