ପୁଣି ଇଭିଏମକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ, ସବୁ ବୁଥରେ ଭିଭିପାଟ ଗଣତି ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି

ନୂଆଦିଲ୍ଲୀ : ଆସନ୍ତା ୨୩ରେ ଦେଶରେ ଭୋଟ ଗଣତି ହେବାକୁ ଥିବାବେଳେ ବିରୋଧୀ ଦଳମାନେ ପୁଣିଥରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)କୁ ନେଇ ଆପତ୍ତି ଉଠାଇଛନ୍ତି । ୨୨ ଟି ବିରୋଧୀ ଦଳର ନେତାମାନେ ଆଜି ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଗଣତି ଆରମ୍ଭ ପୂର୍ବରୁ ଭିଭିପାଟ୍ ଗଣତି କରି ତାହାକୁ ଇଭିଏମ ସହିତ ମିଳାଇବାକୁ ଦାବି କରିଛନ୍ତି ।

ଯଦି ଏଥିରେ ଅସଙ୍ଗତି ଦେଖା ଦିଏ ତେବେ ଉକ୍ତ ନିର୍ବାଚନ ମଣ୍ଡଳୀର ସବୁ ଭୋଟ ଗ୍ରହଣ କେନ୍ଦ୍ରର ଇଭିଏମ ସହ ଭିଭିପାଟ୍ ଗଣତି ମେଳାଇବାକୁ ସେମାନେ ଦାବି କରିଛନ୍ତି । କଂଗ୍ରେସ ନେତା ଗୁଲାମ ନବି ଆଜାଦ ଗଣମାଧ୍ୟମକୁ କହିଛନ୍ତି ଯେ ଭିଭିପାଟ ଗଣତି ସହ ଇଭିଏମ ଗଣତି ମଧ୍ୟରେ ଅମେଳ ଦେଖାଗଲେ ସବୁ ପୋଲିଂ ବୁଥର ଭିଭିପାଟ ଓ ଇଭିଏମ ଗଣତି କରାଯାଉ । ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ କମିଶନ ଲୋକଙ୍କ ମତକୁ ସମ୍ମାନ ଜଣାଇବା ଜରୁରୀ । ତାହାକୁ ବଦଳାଇ ହେବ ନାହିଁ । ଏହି ଦଳରେ ବିଏସପି, ଏସପି, ନାସନାଲ କନଫରେନ୍ସ, ଡିଏମକେ, ଆପ ଆଦି ଦଳର ପ୍ରତିନିଧିମାନେ ମଧ୍ୟ ଥିଲେ ।

ସମ୍ବନ୍ଧିତ ଖବର