ମୋଦୀଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ଏପି ଅବଦୁଲ୍ଲା : ଗାନ୍ଧୀଙ୍କ ଆଦର୍ଶକୁ ନେଇ ସରକାର ଚଳାଇବାରୁ ଏତେ ବଡ଼ ବିଜୟ ହାସଲ କଲେ ମୋଦୀ

ନୂଆଦିଲ୍ଲୀ : କେରଳର କନ୍ନୁରର ପୂର୍ବ ସାଂସଦ ତଥା କଂଗ୍ରେସ ନେତା ଏପି ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିବା ଦେଖା ଯାଇଛି । ମୋଦୀ ଲୋକମାନଙ୍କ ପାଇଁ କାମ କରିଥିବାରୁ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇବାକୁ ଯାଉଛନ୍ତି । ମୋଦୀ ଗାନ୍ଧୀଙ୍କ ଆଦର୍ଶକୁ ନେଇ ସରକାର ଚଳାଇବା ସହ ଗରିବ ଲୋକମାନଙ୍କୁ ଅଧିକ ଗୁରୁତ୍ୱ ଦେଇଥିଲେ, ଯାହା ତାଙ୍କ ସଫଳତାର କାରଣ ପାଲଟିଲା ବୋଲି କହିଛନ୍ତି ଅବଦୁଲ୍ଲା । ତେବେ ଅବଦୁଲ୍ଲାଙ୍କ ଏଭଳି ବୟାନ ପରେ କେରଳର କଂଗ୍ରେସ ଅଧ୍ୟକ୍ଷ ମୁଲ୍ଲାପଲି ରାମଚନ୍ଦ୍ରନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Mathrubhumi English

ସୂଚନା ମୁତାବକ, ବଡ଼ ଟୁଇଟ୍‌ କରି ମଙ୍ଗଳବାର ନିର୍ବାଚନ ଫଳାଫଳ ବିଷୟରେ ଆଲୋଚନା କରିଥିଲେ ଅବଦୁଲ୍ଲା । ଯେତେବେଳେ ଆମେ କୌଣସି ଯୋଜନା ତିଆରି କରୁ, ସେତେବେଳେ ସବୁଠାରୁ ତଳସ୍ତରର ଲୋକମାନଙ୍କୁ ଅଧିକ ଗୁରୁତ୍ୱ ଦେବା ଦରକାର,ଯାହା ମୋଦୀ କରିଥିଲେ । ଶୌଚାଳୟ ନିର୍ମାଣ ଏବଂ ଗ୍ୟାସ ସଂଯୋଗଦେବା ଭଳି କାମ କରି ସେ ଗରିବଙ୍କ ହିରୋ ବନି ଯାଇଥିଲେ । ଗାନ୍ଧୀଙ୍କ ଆଦର୍ଶ ଆପଣାଇ ସେ ୫ବର୍ଷ ସରକାର ଚଳାଇଥିବାରୁ ତାଙ୍କୁ ୨୦୧୯ରେ ଏତେ ସଂଖ୍ୟକ ସମର୍ଥନ ମିଳିଲା ବୋଲି ଲେଖିଥିଲେ ଅବଦୁଲ୍ଲା ।

ସମ୍ବନ୍ଧିତ ଖବର