ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ, ୩୦ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ

ଜୟପୁର : ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଗତ ଡିସେମ୍ବର ମାସରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧ୍ୟକ୍ଷ ସରୋଜ ଦାଶଙ୍କ ସଭାପତିତ୍ବରେ ଆଜି ଅପରାହ୍ନରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକରେ ଏମିତି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ କୋରାପୁଟ ଜିଲ୍ଲାର ଜୟପୁର, କୋରାପୁଟ, ବୋରିଗୁମ୍ମା, କୋଟପାଡ, ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର, ଉମରକୋଟ ଓକିଲ ସଂଘ କର୍ମକର୍ତ୍ତା ଓ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ଯୋଗ ଦେଇଥିଲେ। ୧୯ତାରିଖ ଦିନ ଅବିଭକ୍ତ କୋରାପୁଟ ଜିଲ୍ଲାର ୪ଜଣ ଯାକ ଜିଲ୍ଲାପାଳ, ୪ଜଣ ଜିଲ୍ଲା ଦୌରାଜଜ୍‌ଙ୍କୁ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯିବ। କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ତଥା ସମସ୍ତ ଓକିଲ ସଂଘର ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟି ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଆଇନମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନ କରିବାକୁ ନିଷ୍ପତି ନିଆଯାଇଥିଲା।

ସମ୍ବନ୍ଧିତ ଖବର