ରୋଶନ ପରିବାରର ସମର୍ଥନରେ ବାହାରିଲେ ରିତିକ୍‌ଙ୍କ ପୂର୍ବ ପତ୍ନୀ ସୁଜାନେ, କହିଲେ; ଖରାପ ସମୟ ଦେଇ ଗତି କରୁଛି ପରିବାର

ମୁମ୍ବାଇ : ରୋଶନ ପରିବାରରେ ଏବେ କିଛି ଠିକ୍‌ ନଥିବା ଜଣା ପଡ଼ିଛି । ଦିନକୁ ଦିନ ନୂଆ ନୂଆ କଥା ବାହାରକୁ ଆସିବାରେ ଲାଗିଛି । ବଲିଉଡ୍‌ ଅଭିନେତ୍ରୀ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀଙ୍କ ଟୁଇଟ୍‌ ପରେ ସନ୍ଦେହ ଘେରରେ ରହିଛି ରୋଶନ ପରିବାର । ରିତିକ୍‌ଙ୍କ ଭଉଣୀ ସୁନୈନା ଜଣେ ମୁସ୍‌ଲିମ୍‌ ଯୁବକଙ୍କ ପ୍ରେମ କରୁଥିବାରୁ ଭାଇ ସମେତ ତାଙ୍କ ବାପା ମଧ୍ୟ ତାଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ନିର୍ଯ୍ୟତନା ଦେଉଥିବା କହିଛନ୍ତି ରଙ୍ଗାଲୀ । ଏହା ସହ ସୁନୈନା କଙ୍ଗନାକୁ ଏ ନେଇ ସାହାଯ୍ୟ ମାଗୁଥିବା ମଧ୍ୟ ଜଣାଇ ସାରିଛନ୍ତି ରଙ୍ଗୋଲୀ । ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ରିତିକ୍‌ଙ୍କ ପୂର୍ବ ପତ୍ନୀ ରୋଶନ ପରିବାରର ସମର୍ଥନ କରିଛନ୍ତି ।

India West

ଇନ୍‌ଷ୍ଟାରେ ଏକ ପୋଷ୍ଟ ଲେଖି, ମୁଁ ରୋଶନ ପରିବାରରେ ଲମ୍ବା ସମୟ ପର୍ଯ୍ୟନ୍ତ ରହିଛି ଏବଂ କିଏ କ’ଣ ତାହା ମଧ୍ୟ ଜାଣିଛି । ସୁନୈନା ବହୁତ ଭଲ ଏବଂ ନିଜ ପରିବାରକୁ ସେ ଭଲ ପାଆନ୍ତି । କିନ୍ତୁ ଏବେ ସେ ଖରାପ ସମୟ ଦେଇ ଗତି କରୁଛନ୍ତି । ସୁନୈନାଙ୍କ ବାପା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ବେଳେ ତାଙ୍କ ମା’ କିଛି କହିବା ସ୍ଥିତିରେ ନାହାନ୍ତି । ସବୁ ପରିବାରରେ ଏଭଳି ସମୟ ଆସିଥାଏ । ଦୟାକରି ରୋଶନ ପରିବାର ଏହି କଠିନ ସମୟରେ ତାଙ୍କ ସାଥ୍‌ ଦିଅନ୍ତୁ ବୋଲି ଲେଖିଛନ୍ତି ସୁଜାନେ ।

ସମ୍ବନ୍ଧିତ ଖବର