ଜାତୀୟ ବାହୁକୁସ୍ତିରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୨ କାଂସ୍ୟ

ଭୁବନେଶ୍ବର: ଭିଲାଇରେ ଆୟୋଜିତ ୪୩ତମ ଜାତୀୟ ବା‌ହୁକୁସ୍ତି ପ୍ରତିଯୋଗିତାରେ ଓଡ଼ିଶାର ଏକ ୩୦ ଜଣିଆ ଦଳ ଭାଗ ନେଇଥିଲା। ଗତ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶା ୨ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ଜିତିଛି। ୯୦ କେଜି ବରିଷ୍ଠ ପୁରୁଷ ବର୍ଗରେ ପ୍ରମୋଦ ମୁଖୀ ସ୍ବର୍ଣ୍ଣ ଜିତିଥିଲା ବେଳେ ବିକଳାଙ୍ଗ ପୁରୁଷ ବର୍ଗରେ ଚନ୍ଦନ ବେହେରା ସ୍ବର୍ଣ୍ଣ ପଦକ ଜିତିବା ସାଙ୍ଗକୁ ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୬୫ କେଜିରେ ପ୍ରତାପ ଷଡ଼ଙ୍ଗୀ ଏବଂ ୮୦ କେଜି ବରିଷ୍ଠ ବର୍ଗରେ ସୋମନାଥ ପାତ୍ର କାଂସ୍ୟ ପଦକ ପା‌ଇଥିଲେ। ଓଡ଼ିଶା ବାହୁକୁସ୍ତି ସଂଘର ସଂପାଦକ ଡଃ ହରିପ୍ରସାଦ ପଟ୍ଟନାୟକ, ପ୍ରବନ୍ଧକ ସାଗର ନାୟକ, ପ୍ରଶିକ୍ଷକ ସୁମିତ ରାଜ ଓ ସନ୍ତୋଷ ଦାସ ଦଳ ସହ ଭିଲାଇ ଯାତ୍ରା କରିଥିଲା।

ସମ୍ବନ୍ଧିତ ଖବର