ଦଙ୍ଗଲ ଗର୍ଲ ଜାଇରା ଓ୍ଵସିମ ବଲିଉଡ୍‌ ଛାଡ଼ିବା ମାମଲା: ଫେସ୍‌ବୁକ୍‌ ପୋଷ୍ଟ ଜାୟରା କରି ନଥିବା କହିଲେ ତାଙ୍କ ମ୍ୟାନେଜର

ମୁମ୍ବାଇ: କିଛି ସମୟ ତଳେ ଖବର ମିଳିଥିଲା କି ଦଙ୍ଗଲ ଗର୍ଲ ଜାଇରା ଓ୍ଵସିମ ବଲିଉଡ୍‌ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବଲିଉଡ୍‌ରେ ପାଦ ଦେବା ପରେ ସେ ଇସ୍‌ଲାମ ଧର୍ମଠାରୁ ଦୂରକୁ ଚାଲି ଯାଉଥିବା ଭାବି ଏଭଳି ନିଷ୍ପତ୍ତି ନେଇଥିବା ଫେସ୍‌ବୁକ୍‌ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ଜଣାଇଥିଲେ ଜାଇରା । କିନ୍ତୁ ଏବେ ତାଙ୍କ ମ୍ୟାନେଜର ଭିନ୍ନ ମତ ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ, ଜାଇରାଙ୍କ ଯେଉଁ ଫେସ୍‌ବୁକ୍‌ ପୋଷ୍ଟ କରାଯାଇଛି, ତାହା ସେ ନିଜେ ଲେଖି ନାହାନ୍ତି । ଅନ୍ୟ ପକ୍ଷରେ, ଏ ନେଇ ଆଜ୍‌ ତକ୍‌ ତରଫରୁ ଜାଇରାଙ୍କୁ ପଚରାଯିବା ପରେ ସେ ନିଜେ ହିଁ ପୋଷ୍ଟ ଲେଖିଥିବା କଥା ସ୍ୱୀକାର କରିଥିଲେ । ଏଭଳି କଥା ସାମ୍ନାକୁ ଆସିବା ପରେ ଜାଇରା ଏବଂ ତାଙ୍କ ମ୍ୟାନେଜରଙ୍କ ମତ ଭିନ୍ନ ଭିନ୍ନ କାହିଁକି ହେଉଛି, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସୂଚନା ମୁତାବକ, ଜାଇରା ନିଜ ସୋସିଆଲ ମିଡିଆ ଆକାଉଂଟରେ ଏକ ଭାବବିହ୍ଵଳ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଅଭିନୟ ଜଗତରୁ ବିଦାୟ ନେଉଥିବା ନେଇ ଘୋଷଣା କରିଥିଲେ । ୫ବର୍ଷ ପୂର୍ବେ ବଲିଉଡରେ ପାଦ ଦେବା ନିଷ୍ପତ୍ତି କିପରି ତାଙ୍କ ଜୀବନକୁ ବଦଳାଇ ଦେଇଥିଲା ତାହା ସେ ଉଲ୍ଲେଖ କରିଥିଲେ । ଫିଳ୍ମ ଜଗତ ଯୋଗୁଁ ତାଙ୍କୁ ତାଙ୍କର ପରିଚୟ ମିଳିଛି ଓ ସେ ଏଥିରେ ଖୁବ୍‌ ଖୁସି ଅଛନ୍ତି ବୋଲି ଲେଖିଥିଲେ ଜାଇରା । କିନ୍ତୁ ଅଭିନେତ୍ରୀ ବନିବା ଯୋଗୁଁ ସେ ତାଙ୍କ ଇସଲାମ ଧର୍ମରୁ ଦୂରେଇ ଯାଉଥିବା ଅନୁଭବ କରି ଅଭିନୟ ଜଗତରୁ ଓହରି ଯିବା ପାଇଁ ନିଷ୍ପତି ନେଇଥିବା ଜାଇରା ନିଜ ପୋଷ୍ଟରେ ଲେଖିଥିଲେ ।

ସମ୍ବନ୍ଧିତ ଖବର