୩ମାସର ଗର୍ଭବତୀ ପତ୍ନୀଙ୍କୁ ସାଥୀରେ ନେଇ ବିଦେଶ ବାହାରିଲେ କପିଲ ଶର୍ମା, ଭାଇରାଲ ହେଲା ଫଟୋ

ମୁମ୍ବାଇ : ଭାରତର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଏବେ ନିଜ ବ୍ୟସ୍ତତା ଭିତରୁ ପରିବାର ପାଇଁ ସମୟ ବାହାର କରିଛନ୍ତି । ପତ୍ନୀ ଗିନ୍ନି ଚତରଥଙ୍କୁ ନେଇ ସେ ୧୦ଦିନ ପାଇଁ କାନାଡା ବୁଲି ଯାଇଥିବା ଜଣା ପଡ଼ିଛି । କିଛି ଦିନ ତଳେ ଗିନ୍ନି ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ସେ ୩-୪ମାସର ଗର୍ଭବତୀ ଥିବା ନେଇ ସ୍ପଷ୍ଟ ହୋଇଛି । ଦୁହିଁଙ୍କୁ ବୁଧବାର ମୁମ୍ବାଇ ବିମାନବନ୍ଦରରେ ଦେଖା ଯାଇଥିବା ବେଳେ ଗିନ୍ନି କ୍ୟାମେରା ଦେଖି ନିଜ ପେଟ ଲୁଚାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା । କାର୍ଯ୍ୟବ୍ୟସ୍ତତା ପାଇଁ କପିଲ ଗିନ୍ନିଙ୍କୁ ସମୟ ଦେଇ ପାରୁ ନଥିବାରୁ ଏହି ଟ୍ରିପ୍‌ର ଯୋଜନା କରିଥିବା ଜଣା ପଡ଼ିଛି ।

oneindia.com

ପୂର୍ବରୁ ଏ ନେଇ ଚର୍ଚ୍ଚା ହେଉଥିବା ବେଳେ ବୁଧବାର ତାହା ସତ ବୋଲି ପ୍ରମାଣ ହୋଇଥିଲା । କିଛି ଦିନ ତଳେ କପିଲ ନିଜ କମେଡି ସୋ’ର ସୁଟିଂରେ ସାମିଲ ନ ହେବା ସହ ପତ୍ନୀଙ୍କ ସହ ସେ କାନାଡା ଯିବେ ବୋଲି ସୂଚନା ମିଳିଥିଲା । ଯାହା ବୁଧବାର କପିଲ ଓ ଗିନ୍ନିଙ୍କୁ ବିମାନବନ୍ଦରରେ ଦେଖିବା ପରେ ସତ ବୋଲି ପ୍ରମାଣ ହୋଇ ଯାଇଥିଲା ।

ସମ୍ବନ୍ଧିତ ଖବର