ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଟେରେସା ମେ’ଙ୍କ ହତ୍ୟା ପାଇଁ ଆତଙ୍କବାଦୀଙ୍କ ଷଡ୍‌ଯନ୍ତ୍ରକୁ ବିଫଳ କଲା ବ୍ରିଟିଶ୍‌ ପୁଲିସ

ଲଣ୍ଡନ: ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ଗତ ସପ୍ତାହରେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ମଙ୍ଗଳବାର ଦିନ ମେଟ୍ରୋପଲିଟାନ୍‌ ପୁଲିସ କହିଛି। ବୁଧବାର ଦିନ ଦୁହିଁଙ୍କୁ େଓ୍ଵଷ୍ଟ୍‍ମିନ୍‌ଷ୍ଟର୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯିବ।

ଏକ ବିବୃତିରେ ମୋଟ୍ରୋପଲିଟାନ୍‌ ପୁଲିସ କହିଛି ଯେ ନଭେମ୍ବର ୨୮ ତାରିଖ ଦିନ ସେ ଦୁଇ ଜଣଙ୍କୁ କାଉଣ୍ଟର୍‌ ଟେରରିଜମ୍‌ କମାଣ୍ଡ୍‌ ଗିରଫ କରିଥିଲେ।

ଗିରଫ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଜଣେ ହେଉଛନ୍ତି ଉତ୍ତର ଲଣ୍ଡନ୍‌ର ୨୦ ବର୍ଷିୟ ନାଇମୁର୍‌ ଜାକାରିଆ ରହମନ୍‌ ଏବଂ ବର୍ମିହାମ୍‌ର ୨୧ ବର୍ଷିୟ ମହମମ୍ମଦ୍‌ ଆକିବ୍‌ ଇମ୍ରାନ୍‌।

ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଟେରେସା ମେ’ଙ୍କୁ ହତ୍ୟା କରିବାକୁ ହୋଇଥିବା ଏକ ଷଡ୍‌ଯନ୍ତ୍ରକୁ ମଧ୍ୟ ପୁଲିସ ଭଣ୍ଡୁର କରିଥିବା କଥା ସ୍କାଏ ନିଉଜ୍‌ ମଙ୍ଗଳବାର ଦିନ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ ଠାରେ ଏକ ବିସ୍ଫୋରଣକାରୀ ଉପକରଣ ଲଗାଇବାକୁ ଯୋଜନା କରାଯାଉଥିଲା ବୋଲି ପୁଲିସ ବିଶ୍ୱାସ କରୁଛି। ମେ’ଙ୍କୁ ହତ୍ୟା କରିବା ସକାଶ ଏହି ଯୋଜନା କରାଯାଉଥିଲା ବୋଲି ସନ୍ଦେହ କରାଯାଉଛି।
ମଙ୍ଗଳବାର ଦିନ ମେ’ଙ୍କର ମୁଖପାତ୍ର କହିଛନ୍ତି ଯେ ୧୨ ମାସରେ ବ୍ରିଟେନ୍‌ ନଅଟି ଷଡ୍‌ଯନ୍ତ୍ର ଭଣ୍ଡୁର କରିଛି।

ସମ୍ବନ୍ଧିତ ଖବର