ଅର୍ଜୁନ ପୁରସ୍କାର ପାଇବାକୁ ଯାଉଥିବା ଓଡ଼ିଆ ପାରାବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ବିଶ୍ୱର ନମ୍ବର ୧ ପାରାବ୍ୟାଡମିଣ୍ଟନ ଖେଳାଳି ତଥା ଆସନ୍ତାକାଲି ଦେଶର ପ୍ରମୁଖ କ୍ରୀଡା ପୁରସ୍କାର ଅର୍ଜୁନ ପୁରସ୍କାର ପାଇବାକୁ ଯାଉଥିବା ଓଡ଼ିଆ ଖେଳାଳୀ ପ୍ରମୋଦ ଭଗତଙ୍କୁ ଭେଟିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ଇସ୍ସାତ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ମଧ୍ୟ ବିଶ୍ୱର ନଂ୨ପାରା ବ୍ୟାଡମିଣ୍ଟନ ଖେଳାଳି ସୁକାନ୍ତ କଦମଙ୍କୁ ମଧ୍ୟ ଭେଟିଛନ୍ତି ।

ପ୍ରମୋଦ ଭଗତ ନିକଟରେ ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନସିପରେ ଚାମ୍ପିୟନ ହୋଇ ସ୍ୱର୍ଣ୍ଣପଦକ ଜିତିଥିଲେ । ସେ ଫାଇନାଲରେ ବିଶ୍ୱର ତତକାଳୀନ ୨ ନମ୍ବର ଖେଳାଳି ଇଂଲାଣ୍ଡର ଡାନିଏଲ ବେଥେଲଙ୍କୁ ହରାଇ ଏହି ଟାଇଟେଲ ଜିତିଥିଲେ । ଡବଲ୍ସରେ ମଧ୍ୟ ସେ ସ୍ୱର୍ଣ୍ଣପଦକ ଜିତିଥିଲେ । ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନସିପରେ ଭାରତୀୟ ଦଳ ମୋଟ ୧୨ଟି ପଦକ ଜିତିଥିଲା । ଗତ ୧୯ ତାରିଖରେ କେନ୍ଦ୍ର ସରକାର ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ ସଂପର୍କରେ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର