ପ୍ରଭାସଙ୍କ ସିନେମା ‘ସାହୋ’କୁ ମିଳିଲା ୟୁ/ଏ ସାର୍ଟିଫିକେଟ, ଶ୍ରଦ୍ଧା କପୁର ନୁହନ୍ତି, ଏହି ନାୟିକା ଥିଲେ ପ୍ରଥମ ପସନ୍ଦ!

ମୁମ୍ବାଇ:ବାହୁବଲୀ ଓରଫ ପ୍ରଭାସଙ୍କର ନୂଆ ସିନେମା ‘ ସାହୋ’ ଏଇ ୩୦ ତାରିଖରେ ରିଲିଜ୍ ହେଉଛି। ଏଥିରେ ଶ୍ରଦ୍ଧା କପୁରଙ୍କୁ ପ୍ରଥମ ଥର ଲାଗି ପ୍ରଭାସଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏହି ସିନେମାକୁ ସେନସର ବୋର୍ଡ ୟୁ/ଏ ସାର୍ଟିଫିକେଟ ମିଳିଥିବା ଜଣାଯାଇଛି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ସିନେମା ‘ସାହୋ’ର ନାୟିକାଭାବେ ପ୍ରଥମ ପସନ୍ଦ ଥିଲେ ‘ବାହୁବଲୀ’ ଫେମ୍ ଅନୁଷ୍କା ସେଟ୍ଟି।

photo-navbharattimes

ପ୍ରଭାସ ତାଙ୍କର ଫିଲ୍ମ ‘ ସାହୋ’ରେ ଅନୁଷ୍କାଙ୍କୁ ନାୟିକା ଭୂମିକାରେ ସାଇନ୍‌ କରିବା ଲାଗି ଓ ନିର୍ଦ୍ଦେଶକଙ୍କୁ କହିଥିଲେ । ନିର୍ମାତା ଓ ନିର୍ଦ୍ଦେଶକ ବି ପ୍ରଭାସଙ୍କ କଥା ରଖି ଅନୁଷ୍କାଙ୍କୁ ସାଇନ୍‌ କରିଥିଲେ । କିନ୍ତୁ ପରେ ଅନୁଷ୍କା ଏହି ଫିଲ୍ମ ଛାଡ଼ି ଦେଇଥିଲେ । ତାପରେ ଶ୍ରଦ୍ଧା କପୁରଙ୍କୁ ନିଆଯାଇଥିଲା। କିନ୍ତୁ ପ୍ରଭାସ ଓ ଅନୁଷ୍କାଙ୍କର ଆଫେଆର୍‌ ବେଶ୍‌ ଚର୍ଚ୍ଚାର ବିଷୟ ହୋଇ ରହିଛି ।

photo–ians

ଏଠାରେ ସୂଚନାଯୋଗ୍ୟ କି ଆଜିକୁ ପ୍ରାୟ ୧୦ ବର୍ଷ ତଳେ ୨୦୦୯ ରେ ରିଲିଜ୍‌ ହୋଇଥିବା ତେଲୁଗୁ ଫିଲ୍ମ ‘ ବିଲ୍ଲା ’ ରେ ପ୍ରଭାସ ଓ ଅନୁଷ୍କା ସେଟ୍ଟି ପ୍ରଥମ ଥର ପାଇଁ ପରବାରେ ଏକାଠି ଆସିଥିଲେ । ତା’ପରେ ଉଭୟେ ‘ ମିଟି ’ଓ ‘ବାହୁବଲୀ’ ଫିଲ୍ମରେ ପୁଣି ଥରେ ନଜର ଆସିଥିଲେ ।

ସମ୍ବନ୍ଧିତ ଖବର