ସିଜିନ୍-୧୩ରେ ଶୁଭିବନି ବିଗ୍ ବସ୍ଙ୍କ ସ୍ୱର!
ମୁମ୍ବାଇ : ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ରିୟାଲିଟି ସୋ’ ବିଗ୍ ବସ୍ । ସେପ୍ଟେମ୍ବର ୨୯ରେ ସୋ’ ଆରମ୍ଭ ହେବାକୁ ଥିବା ବେଳେ ଚଳିତ ବର୍ଷ ସୋ’ରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ଦେଖାଯିବ ବୋଲି ଜଣା ପଡ଼ିଛି । ଚଳିତ ବର୍ଷ କେବଳ ସେଲିବ୍ରିଟିମାନେ ସୋ’ରେ ଭାଗ ନେବା ସହ ଜଲ୍ଲାଦ ଭୂମିକାରେ ଆସୁଥିବା ଅଭିନେତା ନଜର ଆସିବେ ନାହିଁ । ଏହା ସହ ବିଗ୍ ବସ୍ଙ୍କ ଘରେ ପୂର୍ବରୁ ଶୁଭୁଥିବା ବିଗ୍ ବସ୍ଙ୍କ ସ୍ୱର ଆଉ ଦର୍ଶକେ ଶୁଣି ପାରିବେ ନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
ଚର୍ଚ୍ଚା ହେଉଥିବା ଖବର ଅନୁଯାୟୀ, ଜଣେ ପୁରୁଷ ବିଗ୍ ବସ୍ ବନି ପ୍ରତିଯୋଗୀମାନଙ୍କୁ ତାଗିଦ୍ କରୁଥିବା ବେଳେ ଚଳିତ ବର୍ଷ ଜଣେ ମହିଳା ଏହି କାମ କରିବେ । ତେବେ ଏହି ଖବରରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇ ପାରି ନାହିଁ । ସୋ’ର ନିର୍ମାତାଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ ।