କର୍‌ତାର୍‌ପୁର କରିଡର ଉଦଘାଟନ ଉତ୍ସବ, ମନମୋହନଙ୍କୁ ଆମନ୍ତ୍ରଣ କଲା ପାକିସ୍ତାନ

ଇସଲାମାବାଦ: କରତାର୍‌ପୁର କରିଡରର ଉଦ୍‌ଘାଟନୀ ଉତ୍ସବକୁ ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବର୍ତ୍ତେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିବ। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସି ଆଜି ଏହି ସୂଚନା ଦେଇଛନ୍ତି। ମନମୋହନ ଶିଖ୍ ସମ୍ପ୍ରଦାୟର ‌ହୋଇଥିବାବେଳେ ତାଙ୍କୁ ପାକିସ୍ତାନରେ ଯଥେଷ୍ଟ ସମ୍ମାନ ଦିଆଯାଇଥାଏ। ଏଥିପାଇଁ ଆମେ ତାଙ୍କୁ ଆମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛୁ। ଖୁବଶୀଘ୍ର ଏ ନେଇ ଚିଠି ପଠାଯିବ ବୋଲି କ୍ୟୁରେସି କହିଛନ୍ତି। ଆସନ୍ତା ନଭେମ୍ବର ୯ ତାରିଖରେ ଏହି କରିଡରର ଉଦଘାଟନ ହେବାକୁ ସ୍ଥିର କରାଯାଇଛି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ପାକିସ୍ତାନର ଏହି ଆମନ୍ତ୍ରଣକୁ ଗ୍ରହଣ କରିବେ ‌ନାହିଁ ବୋଲି କଂଗ୍ରେସ ସୂତ୍ରରୁ ଜଣାଯାଇଛି। ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀର ୩ ଦିନ ପୂର୍ବରୁ କରତାରପୁର କରିଡରର ଉଦଘାଟନ ହେବ।

ସମ୍ବନ୍ଧିତ ଖବର