ବସ କଣ୍ଡକ୍ଟରଙ୍କୁ ମାରପିଟ୍ କରି ଟଙ୍କା ଲୁଟ୍

ନୀଳଗିରି: ବଲେଶ୍ବର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଥାନାର ସଜନାଗଡ ଜାମୁଢି ସାହି ପୋଲ ନିକଟରେ ଏକ ନାଇଟ ବସରୁ ଲୁଟ ହୋଇଥିବାର ଖବର ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ,ଗତକାଲି ରାତିରେ ବିଜୟା ଏ ବିଜୟା ନାମକ ବସ ( ଓଡି – ୦୫ଇ ୯୧୯୨) ରୁ ରାତି ୧୧ଟା ସମୟରେ ସଜନାଗଡ ଜାମୁଢି ସାହି ପୋଲ ନିକଟରେ କଣ୍ଡକ୍ଟରଙ୍କୁ ମାରପିଟ୍ କରିବା ସହ ତାଙ୍କଠାରୁ ସମସ୍ତ ଟଙ୍କା ଛଡାଇ ନେଇଥିବାର ଅଭିଯୋଗ ହୋଇଛି। ଏହି ବସଟି ବାରିପଦାରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା। ବିଜୟା ବସର କଣ୍ଡକ୍ଟର ଗୋବିନ୍ଦ ଚନ୍ଦ୍ର ବେହେରା ପରେ ଏ ସଂପର୍କରେ  ଥାନରେ ଏତଲା ଦେଇଥିବା ଜଣାଯାଇଛି ।

ଏହି ରିପୋର୍ଟ ଲେଖାଯିବା ଯାଏଁ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ।ଏଭଳି ଘଟଣା ଯାତ୍ରୀମାନଙ୍କ ଭିତରେ ଭୟର ବାତାବରଣ ତିଆରି କରିଥିଲା। ଏଭଳି ଘଟଣା ଯେପରି ଆଗକୁ ନ ଘଟେ ସେଥିପ୍ରତି ନଜର ରଖିବାକୁ ପୁଲିସକୁ ନିବେଦନ କରାଯାଇଥିବା କୁହାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର