ଭାରତରେ ପ୍ରଥମ: ତେଜସ୍ ଏକ୍ସପ୍ରେସ ବିଳମ୍ବ ପାଇଁ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

ଲକ୍ଷ୍ନୌ: ଲକ୍ଷ୍ନୌରୁ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ତେଜସ୍ ଏକ୍ସପ୍ରେସ ଶନିବାର ଉଭୟ ଦିଗରେ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଥିଲା। ‌ଟ୍ରେନ୍ ବିଳମ୍ବ ପରେ ଯାତ୍ରୀ ପିଛା ୨୫୦ ଟଙ୍କା କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରେନ୍ ବିଳମ୍ବ ପାଇଁ ଯାତ୍ରୀଙ୍କୁ କ୍ଷତିପୂରଣ ଦେବା ଭାରତରେ ପ୍ରଥମ। ଉକ୍ତ ଟ୍ରେନରେ ‌ଲକ୍ଷ୍ନୌରୁ ଦିଲ୍ଲୀକୁ ପ୍ରାୟ ୪୫୧ ଜଣ ଏବଂ ଦିଲ୍ଲୀରୁ ଲକ୍ଷ୍ନୌକୁ ପ୍ରାୟ ୫୦୦ ଜଣ ଯାତ୍ରା କରିଥିଲେ। ପ୍ରତ୍ୟେକ ଯାତ୍ରୀଙ୍କୁ ଆମେ କ୍ଷତିପୂରଣ ପ୍ରଦାନ କରିବା ଲାଗି ସେମାନଙ୍କ ମୋବାଇଲ ଫୋନରେ ଲିଙ୍କ୍ ପଠାଇଛୁ। ଯେଉଁମାନେ ଏହା ମାଗିବେ ସେମାନଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି ଆଇଆରସିଟିସି ଲକ୍ଷ୍ନୌର ମୁଖ୍ୟ ଆଞ୍ଚଳିକ ପ୍ରବନ୍ଧକ ଅଶ୍ବିନୀ ଶ୍ରୀବାସ୍ତବ କହିଛନ୍ତି। ତେଜସ୍ ଏକ୍ସପ୍ରେସ ହେଉଛି ଦେଶର ପ୍ରଥମ ଟ୍ରେନ୍ ଯାହାକୁ ରେଳବାଇର ସହଯୋଗୀ ସଂସ୍ଥା ଆଇଆରସିଟିସି ଗତ ୪ ତାରିଖରୁ ଚଳାଚଳ କରୁଛି।

ସମ୍ବନ୍ଧିତ ଖବର