ଶିବସେନା ସହିତ ମୁଖ୍ୟମନ୍ତ୍ରୀ ପଦ ଭାଗ ନେଇ କୌଣସି ବୁଝାମଣା ହୋଇନାହିଁ : ଫଡନବୀସ

ମୁମ୍ବାଇ : ଫଳାଫଳ ପ୍ରକାଶ ପାଇବାର ୫ ଦିନ ହୋଇଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଚଳାବସ୍ଥା ଜାରି ରହିଛି । ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବୀସ କହିଛନ୍ତି ଯେ ୫୦-୫୦ ଫର୍ମୁଲା ନେଇ ଏପର୍ଯ୍ୟନ୍ତ ଶିବସେନା ସହିତ କୌଣସି ଆଲୋଚନା ହୋଇନାହିଁ । ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ ସଂପର୍କରେ ବିଜେପି ଅଧ୍ୟକ୍ଷ କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ଶିବସେନା ମୁଖପାତ୍ର ସଂଜୟ ରାଉତ କହିଥିଲେ ଯେ ମହାରାଷ୍ଟ୍ରରେ କୌଣସି ଦ୍ୟଷ୍ମନ୍ତ ନାହାନ୍ତି ଯାହାର ପିତା ଜେଲରେ ଅଛନ୍ତି । ବିଜେପି ଆମର ଧର୍ଯ୍ୟର ପରୀକ୍ଷା ନକରୁ । ଆମ ପାଖରେ ବିକଳ୍ପ ଖୋଲା ଅଛି ବୋଲି ସେ କହିଥିଲେ । ସେ କହିଛନ୍ତି ଯେ ହରିୟାଣା ଓ ମହାରାଷ୍ଟ୍ରରେ ରାଜନୈତିକ ପରିସ୍ଥିତି ଭିନ୍ନ ରହିଛି । ଶିବସେନା ସତ୍ୟ ଓ ଧର୍ମର ପଥରେ ଚାଲୁଛି । କିନ୍ତୁ ବିଜେପି ଆମକୁ ପାପ କରିବାକୁ ବାଧ୍ୟନକରୁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ଅଢେଇ ବର୍ଷ ଲେଖାଏ ମୁଖ୍ୟମନ୍ତ୍ରୀ ପଦକୁ ଭାଗ କରିବାକୁ ଶିବସେନା ଅଡିବସିଛି ।

ସମ୍ବନ୍ଧିତ ଖବର