ରାଜକୋଟ ଟି-୨୦: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ବାଲାଂଦେଶର ବ୍ୟାଟିଂ ଜାରି

ରାଜକୋଟ: ଗୁଜୁରାଟର ରାଜକୋଟରେ ଭାରତ ଓ ବାଂଲାଦେଶ ମଧ୍ୟରେ ୨ୟ ଟି-୨୦ ମ୍ୟାଚ୍‌ ଜାରି ରହିଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ବାଂଲାଦେଶ ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ବାଂଲାଦେଶ ୪ ଓଭରରେ କୌଣସି ଓ୍ଵିକେଟ୍‌ ନ ହରାଇ ୩୧ ରନ୍‌ କରିଛି।

ନୂଆଦିଲ୍ଲୀ ଟି-୨୦କୁ ଅପ୍ରତ୍ୟାଶିତ ଭାବେ ୭ ଓ୍ଵିକେଟ୍‌ରେ ହାରିଥିବା ଭାରତୀୟ କ୍ରିକେଟ୍‌ ଦଳ ପାଇଁ ବାଂଲାଦେଶଠାରୁ ଶୃଙ୍ଖଳା ହାରିବାର ଭୟ ଏହି ମ୍ୟାଚରେ ରହିବ। ରାଜକୋଟ ଟି-୨୦ରେ ବିଜୟ ହାସଲ କରି ନପାରିଲେ ଭାରତ ତା’ ଟେ୍ଵଣ୍ଟି-୨୦ ଇତିହାସରେ ପ୍ରଥମ ଥର ପାଇଁ ବାଂଲାଦେଶଠାରୁ ଶୃଙ୍ଖଳା ହାରିବାର ଅଲୋଡ଼ା ରେକର୍ଡ କରିବ। ସେହି ଦୃଷ୍ଟିରୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ ଆଜିର ମୁକାବିଲା ଢେର ଗୁରୁତ୍ୱ ବହନ କରିବ।

ସେପଟେ ଦିଲ୍ଲୀରେ ଭାରତ ବିପକ୍ଷରେ ପ୍ରଥମ ଟି-୨୦ ବିଜୟ ହାସଲ କରିଥିବା ବାଂଲାଦେଶ ରାଜକୋଟରେ ଆଉ ଏକ ବଡ଼ ବିପର୍ଯ୍ୟୟ ଲକ୍ଷ୍ୟରେ ରହିଛି। ଗୁରୁବାର ବିଜୟୀ ହେଲେ ଏହି ଦଳ ନିଜ କ୍ରିକେଟ୍‌ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବ। ଭାରତୀୟ ଟିମ ୩ ମ୍ୟାଚ୍‌ର ଶୃଙ୍ଖଳାରେ ୦-୧ରେ ପଛୁଆ ଅଛି।

ସମ୍ବନ୍ଧିତ ଖବର