ନରେନ୍ଦ୍ର ମୋଦି ମାସକୁ ଖାଆନ୍ତି କୋଟିଏ ଟଙ୍କାର ତାଇଓ୍ଵାନ୍‌ ଛତୁ : ଅଳ୍ପେଶ

ଗୁଜରାଟ ନିର୍ବାଚନର ର‍୍ୟାଲିରେ ବିରୋଧି ନେତାଙ୍କ କଡ଼ା ସମାଲୋଚନା

ଅହମଦାବାଦ: ଗୁଜରାଟରେ ଭାରତୀୟ ଜନତା ପାର୍ଟି ବିରୋଧରେ ତିନି ଜଣ ପ୍ରମୁଖ ନେତାଙ୍କ ମଧ୍ୟରୁ ଅନ୍ୟତମ ଅଳ୍ପେଶ ଠାକୋର ଓ ଜିଗ୍ନେଶ ମେବାନୀ ବଡ଼ଗାମରେ ମଙ୍ଗଳବାର ଯୁଗ୍ମ ର‍୍ୟାଲିରେ ଯୋଗ ଦେଇଛନ୍ତି। ର‍୍ୟାଲିରେ ସେମାନେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ୨ୟ ତଥା ଶେଷ ପର୍ଯ୍ୟାୟରେ ଆଗାମୀ ଡିସେମ୍ବର ୧୪ରେ ହେବାକୁ ଥିବା ମତଦାନ ପାଇଁ ପ୍ରଚାରର ଶେଷ ଦିନରେ ମୋଦିଙ୍କ ନେତୃତ୍ୱକୁ କଡ଼ା ସମାଲୋଚନା କରିଛନ୍ତି ଅଳ୍ପେଶ ଠାକୋର।

ଅଳ୍ପେଶ ନିଜ ଅଭିଭାଷଣରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳ ଓ ଛତୁ (ମଶରୁମ) ମଧ୍ୟରେ ସଂଯୋଗ ରହିଛି। ସେ କହିଛନ୍ତି, ମୋଦି କୁହନ୍ତି ନାଁ ମୁଁ ଖାଉଛି ନାଁ ଖାଇବାକୁ ଦେଉଛି। କିନ୍ତୁ ମୁଁ କହିବାକୁ ଚାହିଁବି ମୋଦି ଯାହା ଖାଆନ୍ତି ଏହା ଆପଣ ଖାଇପାରିବେ ନାହିଁ। ମୋଦିଙ୍କ ଯେଉଁ ଖାଦ୍ୟ ଖାଉଛନ୍ତି, ତାହା ଗରିବଙ୍କ ପାଇଁ ନୁହେଁ।

ସୋସିଆଲ ମିଡିଆରେ ଚର୍ଚ୍ଚା

ମୋଦିଙ୍କ  ଛତୁ (ମଶରୁମ) ଖାଇବା ନେଇ ଅଳ୍ପେଶ ର‍୍ୟାଲିରେ କଡ଼ା ଜବାବ ଦେବା ପରେ ସୋସିଆଲ ମଡିଆରେ ଅନେକ ଚର୍ଚ୍ଚା ଦେଖାଯାଇଛି। କେହି କେହି ନିଜର ସୋସିଆଲ ଆକାଉଣ୍ଟରେ ସେଲିବ୍ରିଟି, ରାଜନେତା ଆଦିଙ୍କ ପୂର୍ବ ଓ ବର୍ତମାନ ଫଟୋକୁ ଏକାଠି କରି ପୋଷ୍ଟ କରିଛନ୍ତି।

ଅଳ୍ପେଶ କହିଛନ୍ତି, ମୋଦିଙ୍କ ମଜବୁତ ପଣରେ ରହିଛି ଛତୁର କମାଲ। କାରଣ ଛତୁ ମହଙ୍ଗା ଖାଦ୍ୟ ଅଟେ। ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟେକ ଦିନ ୫ଟି ମଶରୁମ ଖାଆନ୍ତି। ଏହି ମଶରୁମକୁ ତାଇଓ୍ଵାନରୁ ଆସିଥାଏ। ଗୋଟିଏ ମଶରୁମର ମୂଲ୍ୟ ପାଖାପାଖି ୮୦ ହଜାର ଟଙ୍କା ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ଏହି ହିସାବରେ ମୋଦି ଗୋଟିଏ ମାସରେ ଏକ କୋଟି ୨୦ଲକ୍ଷ ଟଙ୍କାର ମଶରୁମ ଖାଉଛନ୍ତି ବୋଲି ଅଳ୍ପେଶ ର‍୍ୟାଲିରେ କହିଛନ୍ତି। ମୋଦି ଯଦି କୋଟିଏ ଟଙ୍କାର ମଶରୁମ ଖାଉଛନ୍ତି ତାଙ୍କ କାର୍ଯ୍ୟକର୍ତ୍ତା କେତେ ଟଙ୍କାର ମଶରୁମ ଖାଉଥିବେ ବୋଲି ଅଳ୍ପେଶ ପ୍ରଶ୍ନ କରିଛନ୍ତି। ଅଳ୍ପେଶଙ୍କ କହିବା ଅନୁସାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦି ଏହି ମଶରୁମ ଖାଉଥିଲେ। ଠାକୋର କହିଛନ୍ତି, ପ୍ରଥମେ ମୋଦିଙ୍କ ରଙ୍ଗ ନିଜ ଭଳି କଳା ଥିଲା। କିନ୍ତୁ ବହୁମୂଲ୍ୟର ମଶରୁମ ଖାଇ ମୋଦି ନିଜକୁ ଗୋରା କରିପାରିଛନ୍ତି।

ସମ୍ବନ୍ଧିତ ଖବର