ଜୟପୁର ବିସ୍ଫୋରଣ ମାମଲାର ୪ ଦୋଷୀଙ୍କୁ ଆଜି ଦଣ୍ଡାଦେଶ !

ଜୟପୁର: ଜୟପୁରର ଲୋମହର୍ଷଣକାରୀ ବିସ୍ଫୋରଣ ମାମଲାର ୪ ଜଣ ଦୋଷୀଙ୍କୁ ସ୍ୱତନ୍ତ୍ର ନ୍ୟାୟାଳୟ ଆଜି ଦଣ୍ଡାଦେଶ ଦେଇପାରନ୍ତି । ୨୦୦୮ରେ ଘଟିଥିବା ରାଜସ୍ଥାନର ଏହି ଲୋମହର୍ଷଣକାରୀ ବିସ୍ଫୋରଣ ଘଟଣାରେ ୭୧ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହାଛଡ଼ା ଏଥିରେ ୧୮୫ଜଣ ଆହତ ହୋଇଥିଲେ ।
ଗତକାଲି ସ୍ୱତନ୍ତ୍ର ନ୍ୟାୟାଳୟ ଦୋଷୀଙ୍କପାଇଁ ଲଢ଼ୁଥିବା ଓକିଲଙ୍କ ଯୁକ୍ତି ଶୁଣିଥିଲେ । ଅପରପକ୍ଷରେ ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ସରକାରୀ ଓକିଲ ଶ୍ରୀଚନ୍ଦ୍ର ଦାବି କରିଛନ୍ତି । ସରକାରୀ ଓକିଲ ଶ୍ରୀଚନ୍ଦ୍ରଙ୍କ ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ନ୍ୟାୟାଳୟ ଶୁକ୍ରବାର ଅପରାହ୍ନ ୪ଟାରେ ରାୟ ଶୁଣାଇବେ ।

ସ୍ୱତନ୍ତ୍ର ନ୍ୟାୟାଳୟ ଗତ ବୁଧବାର ଦିନ ଅଭିଯୁକ୍ତ ମହମ୍ମଦ ସୈଫ, ମହମ୍ମଦ ସରୱର ଆଜମୀ, ମହମ୍ମଦ ସଲମାନ ତଥା ସୈଫୁ ରହମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ଘଟଣାରେ ଅବଶ୍ୟ ଜଣେ ଅଭିଯୁକ୍ତ ଶାହାବାଜ ହୁସେନ ପ୍ରମାଣ ଅଭାବରୁ ଖଲାସ ହୋଇଛନ୍ତି। ସୂଚନାଯୋଗ୍ୟ, ୨୦୦୮ ମସିହା ମେ ମାସ ୧୩ ତାରିଖ ସନ୍ଧ୍ୟାରେ ଏହି ବୋମା ବିସ୍ଫୋରଣ ହୋଇଥିଲା ।

ସମ୍ବନ୍ଧିତ ଖବର