କ୍ୱିକ ଆକ୍ସନ ଟିମ ଓ ପୁଲିସର ମିଳିତ ସହଯୋଗରେ କୁଖ୍ୟାତ ବ୍ରାଉନସୁଗାର ବେପାରୀ ଗିରଫ

ଭୁବନେଶ୍ୱର: ପୁଲିସ କବଜାରେ କୁଖ୍ୟାତ ଅପରାଧୀ ତଥା ବ୍ରାଉନସୁଗାର ବେପାରୀ ବଳରାମ ସାହୁ | ବିଶ୍ୱସ୍ତ ସୂତ୍ରକୁ ଆଧାର କରି ମଙ୍ଗଳବାର ରାତିରେ କ୍ୱିକ ଆକ୍ସନ ଟିମ ଓ ଜଟଣୀ ପୁଲିସର ମିଳିତ ଚଢ଼ାଉରେ ବଳରାମ(୨୪)କୁ ଗିରଫ କରାଯାଇଛି | ମିଳିଥିବା ସୂଚନା ମୁତାବକ ବଳରାମ ବହୁ ଦିନ ଧରି ବ୍ରାଉନସୁଗାର ଆଣି ସ୍ଥାନୀୟ ଅଂଚଳରେ ବିକ୍ରି କରୁଥିଲା | ତେବେ ପୁଲିସ ଗତକାଲି ଜଟଣୀର ଖୁଡୁପୁର ଛକ ନିକଟରୁ ବଳରାମକୁ ଗିରଫ କରାଯାଇଛି | ବଳରାମ ନିକଟରୁ ୪୦ ଗ୍ରାମ ବ୍ରାଉନସୁଗାର ସହ ନଗଦ ୧ ଲକ୍ଷ ୧୦ ହଜାର ତାଙ୍କ ଜବତ କରାଯାଇଛି |

ତା ନିକଟରୁ ଏକ ମାରୁତି ଡ଼ିଜାୟର କାର(ଓଡି ୦୫ ଜେଡ ୬୮୦୨)କୁ ମଧ୍ୟ ଜବତ କରାଯାଇଛି | ବଳରାମ ପାଖରୁ ୨ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି | ବଳରାମର ନିଜ ଘର ଗଂଜାମର ରମ୍ଭା ଥାନା ଅନ୍ତର୍ଗତ ଶବୁଲିଆ ନୂଆସାହି ହୋଇଥିବାବେଳେ ଦୀର୍ଘ ଦିନ ଧରି ଜଟଣୀ ଅଂଚଳରେ ବ୍ରାଉନସୁଗାର ବେପାରରେ ସମ୍ପୃକ୍ତ ଥିଲା |

ବଳରାମ ନାମରେ ଜଟଣୀ ପୁଲିସ କେଶ ନମ୍ବର ୫୨୦ରେ ରୁଜୁ କରାଯାଇଥିବାବେଳେ ସେ ବ୍ରାଉନସୁଗାର କେଉଁ ସ୍ଥାନରୁ ଆଣି ବିକ୍ରି କରୁଥିଲା ପୁଲିସ ତାହାର ତଦନ୍ତ କରୁଛି | ଏଠାରେ ସୂଚନା ଥାଉ କି ବ୍ରାଉନସୁଗାର ବ୍ୟବସାୟୀଙ୍କ ଉପରେ କମିଶନରେଟ ପୁଲିସର କ୍ୱିକ ଆକ୍ସନ ଟିମ ବା କ୍ୟୁଏଟି ନଜର ରଖିଥିବାବେଳେ ଚଢ଼ାଉକୁ ଜୋରଦାର କରିଛି |

ସମ୍ବନ୍ଧିତ ଖବର