ଆତଙ୍କବାଦୀ ବୋଲି ପରିଚୟ ଦେଇ ଜମ୍ମୁ-କଶ୍ମୀରରେ ଟ୍ରକ ଚାଳକଙ୍କୁ ଲୁଟ କରୁଥିଲେ, ୩ ଜଣଙ୍କୁ ଗିରଫ କଲା ପୁଲିସ

ଶ୍ରୀନଗର: ଶନିବାର ଜମ୍ମୁ-କଶ୍ମୀର ପୁଲିସ ୩ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩ଜଣ ଅଭିଯୁକ୍ତ ନିଜକୁ ଆତଙ୍କବାଦୀ ବୋଲି କହି ଟ୍ରକ ଚାଳକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିଲେ। ଅଭିଯୁକ୍ତମାନେ ହେଲେ ଅକିବ୍ ମୁସ୍ତାକ୍, ରମିଜ୍ ଏବଂ ଶବ୍ବିର ଅହମଦ। ତିନିଜଣଙ୍କ ବୟସ ୨୦-୨୫ ଭିତରେ ହୋଇଥିବା କହିଛି ପୁଲିସ।

ପୁଲିସର କହିବାନୁସାରେ, ଗତ କିଛି ମାସ ହେଲାଣି ଆମ ପାଖକୁ ଏ ନେଇ ଅଭିଯୋଗ ଆସୁଥିଲା। ଜମ୍ମୁ-କଶ୍ମୀରକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକକୁ ଅଟକାଇ ଏହି ୩ ଅଭିଯୁକ୍ତ ଟଙ୍କା ଆଦାୟ କରୁଥିଲେ। ନିଜକୁ ଆତଙ୍କବାଦୀ ବୋଲି କହି ଧମକାଇବା ସହ ହତ୍ୟା କରିବାର ଡ଼ର ଦେଖାଇ ସେମାନେ ଟ୍ରକ୍ ଚାଳକଙ୍କୁ ଲୁଟୁଥିଲେ। ଡିସେମ୍ବର ୧୧ରେ ମଧ୍ୟ ପୁଣି ସେଭଳି ଅଭିଯୋଗ ଆମ ପାଖକୁ ଆସିଥିଲା। ଆନ୍ଧ୍ରପ୍ରଦେଶରୁ ଆସୁଥିବା ଏକ ଟ୍ରକକୁ ପରିମପୋରାରେ ଅଟକାଇ ୩ଜଣ ଅଭିଯୁକ୍ତ ଚାଳକ ମୁଣ୍ଡରେ ବନ୍ଧୁକ ରଖି ୨୩,୦୦୦ଟଙ୍କା ଲୁଟି ନେଇଥିଲେ।

Image result for Three arrested for posing as terrorists and extorting money in Jammu and Kashmir Parimpora
Idrw

ଏହା ପରେ ଆମେ ତଦନ୍ତ ପ୍ରକ୍ରିୟାକୁ ଆହୁରି ସକ୍ରିୟ କରିବା ସହ ସିସିଟିଭିର ସାହାଯ୍ୟ ନେଇଥିଲୁ। ସିସିଟିଭି ସାହାଯ୍ୟରେ ଆମେ ପ୍ରଥମେ ଅକିବ୍ ମୁସ୍ତାକକୁ ଗିରଫ କରିଥିଲୁ। ପରେ ପଚରାଉଚରା କରାଯିବାରୁ ରମିଜ୍ ଏବଂ ଶବ୍ବିର ଅହମଦଙ୍କ ନାଁଁ ସାମ୍ନାକୁ ଆସିଥିଲା। ୩ଜଣଙ୍କୁ ଗିରଫ କରିବା ପରେ ଆମେ ସେମାନଙ୍କଠାରୁ ବନ୍ଧୁକ ଓ କିଛି ଟଙ୍କା ଜବତ କରିଛୁ।

ସମ୍ବନ୍ଧିତ ଖବର